LOCAL IMPORTANT NEWS REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ମା’ ଶ୍ୟାମାକାଳୀଙ୍କ ପୂଜାରେ ନନ୍ଦିରା ଉତ୍ସବମୁଖର

ତାଳଚେର, ୦୨/୧୧ ତାଳଚେରସ୍ଥିତ ଏମ୍‌ସିଏଲ୍ ନନ୍ଦିରା କଲିୟରୀ ପକ୍ଷରୁ ମା’ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଛି । ନନ୍ଦିରା କାଳୀମଣ୍ଡପ ପଡିଆରେ ଅନୁଷ୍ଠିତ ମାଆ ଶ୍ୟାମାକାଳୀଙ୍କ ଏହି ଅନନ୍ୟ ପୂଜାରେ ସନ୍ଧ୍ୟାରେ କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ମାତୃକା ପୂଜା ପ୍ରଭୃତି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମାପନ କରାଯାଇଥିଲା । ସୁଉଚ୍ଚ ତୋରଣ ସହ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟଯୁକ୍ତ ତୋରଣ ଏବଂ ଆକର୍ଷଣୀୟ ଆଲୋକସଜ୍ଜା ଦେଖଣାହାରୀଙ୍କ ମନ ମୋହି ନେଉଛି । ପଡିଆରେ ମୀନାବଜାର, ନାନାପ୍ରକାର ଦୋଳି ,ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍ ସହ ସହ ଘରକରଣା ଜିନିଷର ଷ୍ଟଲମାନ ଶୋଭା ପାଉଛି । ଭିଡକୁ ନିୟତ୍ରଣ କରିବାକୁ ସ୍ଥାନୀୟ ପୋଲିସ ତଥା ଏମ୍‌ସିଏଲ୍ କର୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସନ୍ଧ୍ୟାରେ ମା ଙ୍କ ପୂଜା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଅସମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ପଡିଆର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଚାରିଦିନ ଧରି ଯାତ୍ରା, ଭଜନ ସଂଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଚଳିତ ମାସ ୫ ତାରିଖ ଦିନ ମା’ ଶ୍ୟାମାକାଳୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଉତ୍ସବରେ ନନ୍ଦିରା କାଳୀ ପୂଜା କମିଟିର ସଭାପତି ବିରେନ୍ଦ୍ର ପ୍ରସାଦ, ସଂପାଦକ ଚିନ୍ମୟ ପଟ୍ଟନାୟକଙ୍କ ସହ ସମସ୍ତ ପୂଜାକମିଟି କର୍ମକର୍ତାମାନେ ସକ୍ରିୟ ସହଯୋଗ କରୁଛନ୍ତି ।

ବାଣଫୁଟାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ତାଳଚେର, ୦୨/୧୧ ତାଳଚେର ପୌରାଚଂଳ ୧୦ନମ୍ବର ୱାର୍ଡ଼ରେ ବାଣଫୁଟାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେବାରୁ ଏଥିରେ ତିନିଜଣରୁ ଉର୍ଦ୍ଧ୍ୱ ମହିଳା ଆହାତ ହୋଇଛନ୍ତି । ଆହାତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବାପରେ ଏଥିରେ ସମ୍ପୃକ୍ତ ୧୨ଜଣଙ୍କୁ ପୋଲିସ୍ ଗିରଫ କରିଛି । ୧୦ନମ୍ବର ୱାର୍ଡ଼ କିଶୋରଞ୍ଜ ପାଟଣ ସାହିରେ ଧୁମଧାମରେ ଦୀପାବଳୀ ଉତ୍ସବ ପାଳନ କରୁଥିବା ବେଳେ ଅନ୍ୟଏକ ୱାର୍ଡ଼ର ଯୁବକମାନେ ରାସ୍ତାରେ ଅମାନିଆ ହୋଇ ବାଣଫୁଟାଇଥିଲେ । ଏହାକୁ ନେଇ ବଚସା ଆରମ୍ଭ ହୋଇଥିଲା । କିଶୋରଗଞ୍ଜ ସାହି ଲୋକଙ୍କ ଘରକୁ ଉକ୍ତ ୱାର୍ଡ଼ର ଯୁବକମାନେ ଟେକାପଥର ମାରିବା ସହ ମହିଳାମାନଙ୍କୁ ଆକ୍ରମଣ କରିଥିଲେ । ଉକ୍ତ ୩ଜଣ ମହିଳାମାନେ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ବେଳେ ଅନ୍ୟ ମହିଳା ସାମାନ୍ୟ ଆହାତ ହୋଇଥିବା ୱାର୍ଡ଼ବାସୀ ପ୍ରକାଶ କରିଛନ୍ତି । ପୋଲିସ୍ ଖବରପାଇ ରାତ୍ରି ୧୦ଟାରେ ଉକ୍ତ ଗଣ୍ଡଗୋଳ ସ୍ଥାନରେ ପଂହଚିବା ସହ ଗୋଷ୍ଠୀର ୧୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ନ୍ୟାୟଳୟର କଟକଣାକୁ ‘ଫୁ’କୋଟି କୋଟି ଟଙ୍କାର ଫୁଟିଲା ବାଣ

ପ୍ରଦ୍ୟୁଷଣ ବଳୟରେ ତାଳଚେର ଅଂଚଳବାସୀ, ପୋଲିସ ନୀରବଦ୍ରଷ୍ଟା

ତାଳଚେର, ୦୨/୧୧ ବାଣଫୁଟାଇ ବେଶ ଧୁମଧାମରେ କଲେ ଦୀପାବଳୀ, ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶନାମା ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ଼ ଏବଂ ପୋଲିସ୍ ନିୟମ ମାନିଲେ ନାହିଁ । ପ୍ରବଣ ବାଣଫୁଟାଇବା କାରଣରୁ ତାଳଚେର ସହର ପ୍ରଦ୍ୟୁଷଣରେ ଅଂଚଳବାସୀ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି । ଏପରିକି, ଉଚ୍ଚଶକ୍ତି ସମ୍ପର୍ଣ୍ଣ ବାଣ ଫୁଟାଇବା ଯୋଗୁଁ ବୟସ୍କ, ବୟସ୍କାମାନେ ପଦାକୁ ଗୋଡ଼ କାଢ଼ିବା ସମ୍ଭବପର ହୋଇପାରିନଥିଲା ବୋଲି ଅଭିଯୋଗ ହୋଇଛି । ଧୂଳିଧୂଆଁ ଯୋଗୁଁ ତାଳଚେର ଅଂଚଳ ପ୍ରଦ୍ୟୁଷଣ ହୋଇପଡ଼ିଥିବା ଏହି ମାରାତ୍ମକ ରାସାୟନିକ ଫସଫରସ୍ ବାଣ ଜନିତ ପ୍ରଦ୍ୟୁଷଣ ଦ୍ୱିଗୁଣିତ ହୋଇପଡ଼ିବାରୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ବାୟୁ ମଣ୍ଡଳ ଧୂଆଁର ବଳୟ ଭିତରେ ରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ବାଣଫୁଟାର ଦୁଇଦିନ ପରେ ମଧ୍ୟ ଏହା ଏତେ ବିଷାକ୍ତ ହୋଇଥିଲା ଯେ, ଯେଉଁଆଡ଼େ ଗଲେ ସିଆଡ଼େ ବାଣର ଦୁର୍ଗନ୍ଧରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟହେବା ସହିତ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଏଠାରେ ହାତଗଣତି କିଛି ବାଣବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିଥିବା ବେଳେ ଆଉ କେତେକ ଆବେଦନ କରିଥିଲେ ହେଁ ସେମାନଙ୍କୁ ଲାଇସେନ୍ସ ମିଳିପାରିନଥିଲା ବୋଲି ବାଣ ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଅଳ୍ପ ସଂଖ୍ୟକ ବ୍ୟବସାୟୀଙ୍କୁ ବାଣବିକ୍ରି ଲାଇସେନ୍ସ ମିଳିଥିବା ବେଳେ ଏହି ପରିପ୍ରେକ୍ଷୀରେ ତାଳଚେରକୁ ବିପୁଳ ପରିମାଣରେ ବାଣ କେଉଁଠାରୁ ଓ କିପରି ଆସିଲା ପୋଲିସ୍ କିପରି ଜାଣିପାରିଲା ନାହିଁ କି ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିଲା ତାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଚଳିତବର୍ଷ ଦୁଇଦିନ ଦୀପାଳବୀ ପର୍ବ ପାଳିଥିବାରୁ ୩୧ତାରିଖକୁ କିଛି ମାନିଥିବା ବେଳେ ଆଉ କିଛି ୦୧ତାରିଖରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଦୁଇଦିନ ସନ୍ଧ୍ୟା ସମୟରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅହରହ ବାଣଫୁଟାଇବା ଚାଲିଥିଲା, ଫଳରେ ସର୍ବସାଧାରଣଙ୍କ ଯାତାୟତର ବାଟଓଗାଳିଥିଲା । ଏପରିସ୍ଥଳେ କିପରିଭାବେ ତାଳଚେର ପୋଲିସ୍ ନିର୍ଦ୍ଦିଷ୍ଟ ସମୟ ପରେ ବାଣ ଫୁଟାଇବାକୁ ବାରଣ କଲା ନାହିଁ! ମାତ୍ରା ବାଣଫୁଟାଇବା ହେତୁ ବାୟୁମଣ୍ଡଳରେ କ୍ଷୁଦ୍ରକଣିକା ଏବଂ ବଡ଼କଣିକା ପ୍ରଦ୍ୟୁଷଣ ମାତ୍ରକୁ ବଢ଼ାଇଛି । ପିଏମ୨୫ କ୍ଷୁଦ୍ରକଣିକା ମଣିଷ ଶ୍ୱାସନଳୀକୁ ଯାଇଥାଏ । ପିଏମ ୧୦ ଆକାର ବଡ଼ଥିବାରୁ ଏହା ନାକ ପାଖରେ ଅଟକି ରହିଥାଏ ଏବଂ ଏହା ମାନବ ସମାଜପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ତେବେ ଏହି ଉଚ୍ଚ କମ୍ପନ ସୃଷ୍ଟି କରୁଥିବା ଓ ଏତେଶୟ ବାଣ ଫୁଟିବା କାରଣରୁ ଦୁଇଦିନରୁ ୩ଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଏହା ଘୂରିବୁଲିବା ସହ ଲୋକମାନଙ୍କୁ ଅଣନିଶ୍ୱାସୀ କରିଥିବା ତାଳଚେର ଅଂଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି ।

ତାଳଚେର ନିତ୍ୟାନନ୍ଦ ଆଶ୍ରମରେ ଗିରିଗୋବର୍ନ୍ଧନ ପୂଜା ଉତ୍ସବ ପାଳିତ

ତାଳଚେର, ୦୨/୧୧ ତାଳଚେର ଟାଉନ ସ୍ଥିତ ଶ୍ରୀ ଶ୍ରୀ ପ୍ରଭୂ ନିତ୍ୟାନନ୍ଦଙ୍କ ଆଶ୍ରମରେ ପ୍ରଭୂ ଗିରିଗୋର୍ନ୍ଧନଙ୍କ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଶ୍ରମକୁ ସୁସଜ୍ଜିତ କରାଯାଇ ଶ୍ରୀ ଗିରିଗୋର୍ନ୍ଧନଙ୍କ ପୂଜନ କରାଯାଇଥିଲା । ଏହି ଉତ୍ସବ କର୍ମକ୍ଳାନ୍ତ ଶରୀରର ଲାଘବ ପାଇଁ ମଣିଷ ଅବସର ଲୋଡ଼ା ଦିନକ ପାଇଁ ହେଉ କିମ୍ବା କିଛି ଦିନ ପାଇଁ ହେଉ ସୂମ୍ପୂର୍ଣ୍ଣ ଜଞ୍ଜାଳକୁ ଭୂଲିଯାଇ ଜୀବନକୁ ସରସ ସୁନ୍ଦରକରି ଉପଭୋଗ କରିବାକୁ ଏହି ପର୍ବ ପର୍ବାଣୀର ସୃଷ୍ଟି ତନ୍ମଧ୍ୟରୁ ଗିରିଗୋର୍ନ୍ଧନଙ୍କ ପୂଜାଉତ୍ସବ ଅନ୍ୟତମ । କାର୍ତିକମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଗିରିଗୋବର୍ନ୍ଧନଙ୍କ ଉତ୍ସବରେ ଝାଞ୍ଜ, ମୃଦଙ୍ଗ, ଖୋଳତାଳ, ଶଙ୍କ, ହୁଳିହୁଳି, ଧୂପ, ଦୀପ, ନୈବେଦ୍ୟ ବାସ ହେବାସହ ସଂର୍କୀର୍ତନରେ ଆଶ୍ରମର ଚର୍ତୁପାଶ୍ୱର୍ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ପ୍ରଭୂ ଗିରିଗୋର୍ନ୍ଧନଙ୍କ ପୂଜା ସମାପ୍ତ ହେବା ପରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ଆଶ୍ରମ ସେବକ ଗୋଲଖଚନ୍ଦ୍ର ଆଚାର୍ଯ୍ୟ, ବାବା ଆନନ୍ଦ ଗୋପାଳ ଦାସ, ଜିତୁ ଶତପଥୀ, ଦେବେନ୍ଦ୍ର ସାହୁ, ଅମ୍ବିକା ପ୍ରସାଦ ଦାସ, କୁମାର ରମେଶ, ଟୁଟୁ, ଓକେ, ଟିିଙ୍କୁ, ଶିବା, ରୁନା, ତ୍ରିନାଥ, ବାବୁ ମିଶ୍ର ଓ ଆଶ୍ରମର ଅନ୍ୟଭକ୍ତମାନେ ପୂଜାକାନ୍ତିରେ ଉପସ୍ଥିତଥିଲେ ।

ଶ୍ରୀ ସତ୍ୟସାଇ ବାବାଙ୍କ ପାଦୁକାଯାତ୍ରା

ତାଳଚେର, ୦୨/୧୧ ଶ୍ରୀ ସତ୍ୟସାଇ ବାବାଙ୍କ ବାଙ୍ଗାଲୋର ସ୍ଥିତ କୁଟ୍ଟପତି ଆଶ୍ରମରୁ ବାବାଙ୍କ ପାଦୁକା ଏଗ୍ଦ ସୁସଜ୍ଜିତ ରଥରେ ଓଡ଼ିଶାର ୨୬ଟି ଜିଲ୍ଳା ପରିକ୍ରମା କରିବା ପରେ ତାଳଚରେ ସହର ବାଇପାସ୍ ପବିତ୍ରମୋହନ ଛକ ଠାରେ ବାବାଙ୍କ ରଥ ପଂହଚିଥିଲା । ତାଳଚେର ଶ୍ରୀ ସତ୍ୟସାଇ ସଂଗଠନ ପକ୍ଷରୁ ବାବାଙ୍କ ରଥକୁ ସ୍ୱାଗତସମ୍ବର୍ନ୍ଧନା କରିବା ସହ ଶୋଭାଯାତ୍ରାକୁ ତାଳଚେର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସତ୍ୟସାଇଙ୍କ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ମନ୍ଦିରରେ ରାତ୍ରୀ ଯାପନ ପରେ ତା’ ପରଦିନ ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସହର ସମେତ ଗ୍ରାମାଚଂଳରେ ପରିକ୍ରମା କରିଥିଲେ । ଗ୍ରାମ ଓ ସହର ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଘର ସମ୍ମୁଖରେ ବାବାଙ୍କ ପାଦୁକାକୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସହର ଓ ଗ୍ରାମାଚଂଳ ଉତ୍ସବମୁଖର ହେବା ସହ ଏକ ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହୋଇ ଉଠିଥିଲା । ଏହି ପାଦୁକାଯାତ୍ରା ତିନିଦିନ ବ୍ୟାପି ପରିକ୍ରମା କରିବ ବୋଲି ଶ୍ରୀ ସତ୍ୟାସାଇ ସଂଗଠନ ଭକ୍ତଙ୍କ ପକ୍ଷରୁ ଜଣାପଡ଼ିଛି । ଶ୍ରୀ ସତ୍ୟସାଇ ବାବାଙ୍କର ଏହି ପାଦୁକା ଯାତ୍ରାକୁ ଦେଖି ଶ୍ରଦ୍ଧାଳୁ ଓ ଭକ୍ତମାନେ ଭାବ ବିହ୍ୱଳ ହୋଇଥିଲେ ଏବଂ ବାବାଙ୍କର ଏହି ପାଦୁକା ଯାତ୍ରା ତାଳଚେର ଅଂଚଳ ପରିକ୍ରମା ଶେଷ ହେବାପରେ ଢ଼େଙ୍କାନାଳ ଜିଲ୍ଳା ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି । ଏହି ପାଦୁକା ଯାତ୍ରାରେ ତାଳଚେର ଶ୍ରୀ ସତ୍ୟସାଇ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ

 

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]