ଭୁବନେଶ୍ୱରୀ ସାଇଲୋରେ ନିଯୁକ୍ତି ଦାବୀ ନେଇ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲଣ୍ଡା ଗ୍ରାମବାସୀଙ୍କ ଧାରଣା ୪ର୍ଥ ଦିନରେ
ତାଳଚେର(୧/୧୧/୨୦୨୪):-ଭୁବନେଶ୍ୱରୀ ସାଇଲୋରେ ନିଯୁକ୍ତି ଦାବୀ ନେଇ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲଣ୍ଡା ଗ୍ରାମବାସୀଙ୍କ ଧାରଣା ୪ର୍ଥ ଦିନରେ ପହଂଚିଛି । ଗ୍ରାମର ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ବେକାର ଯୁବକମାନେ ଗତ ୨୯ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଚାଲୁ ରଖିଥିବା ବେଳେ ଏମ୍.ସି.ଏଲ୍. କର୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଧାରଣା ସ୍ଥଳକୁ ଆସିନାହାନ୍ତି କି କୌଣସି ପ୍ରତିଶୃତି ଦେଇ ନାହାନ୍ତି । ଯାହା ଫଳରେ ଧାରଣାରତ ବେକାର ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱରୀ ସାଇଲୋ ପାଇଁ ବଲଣ୍ଡା ଗ୍ରାମର ୮୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଅଛି । ଯେହେତୁ ଗ୍ରାମର ଜମି ଅଧିଗ୍ରହଣ ହୋଇଛି ସେହି ଅନୁସାରେ ଅଗ୍ରାଧିକାର ଭିତିରେ ସାଇଲୋରେ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବାର ନିୟମ ରହିଛି । ସୂଚନାଯୋଗ୍ୟ, ଏମ୍.ସି.ଏଲ୍.ର ତାଳଚେର କ୍ଷେତ୍ର ୧୦୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ୨୦୨୪-୨୫ ରେ ଲକ୍ଷ୍ୟ ରଖିଥିବାବେଳେ ଏହି ଗ୍ରାମ ପ୍ରଥମ ପୋଖରୀଆ ଖଦାନ ଭାବେ ସାଉଥ୍ ବଲଣ୍ଡା ଖଦାନ କରି ୬୬୨ ଏକର ଜମି ୧୯୬୨ ମସିହାରେ, ଜଗନ୍ନାଥ ପୋଖରିଆ ଖଦାନ ନିମିତ ୨୩୮ ଏକର ସିବିଏ ଅନୁଯାୟୀ ହସ୍ତାନ୍ତର କରିଥିବାବେଳେ ୧୯୮୫ ମସିହାରେ ୨୩୭ ଏକର ଜମି ଓ ଘରବାରି ଜଗନ୍ନାଥ ପୋଖରିଆ ଖଦାନ ନିମି ଏଲ୍ ଏଣ୍ଡ ଆର ଅନ୍ତର୍ଗତ ହସ୍ତାନ୍ତର କରାଯାଇଥିଲା । ଏତଦ୍ ବ୍ୟତୀତ ୩୩ ଏକର ଅନନ୍ତ ପୋଖରିଆ ଖଦାନ ତଥା ୨୨ ଏକର ଭରତପୁର ପୋଖଣିଆ ଖଦାନ ନିମନ୍ତେ ଜମି ପ୍ରଦାନ କରିଥିଲେ ମଧ୍ୟ ଏହାର କ୍ଷତିପୂରଣ ନିମିତ କୌଣସି ନିଯୁକ୍ତି କିମ୍ବା ଆର୍ଥୀକ ସହାୟତା ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ । ନିର୍ମାଣଧିନ ସାଇଲୋ ଶେଷ ହୋଇଥିବାବେଳେ ତାଳଚେର ପଶ୍ଚିମ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନାହିଁ । କୋଇଲାଖଣି ନିମିତ ହସ୍ତାନ୍ତର କରିଥିବା ସ୍ଥାନରେ ଆଜି ପର୍ଯ୍ୟନ୍ତ ୬ ଗୋଟି ରେଲୱେ ସାଇଡିଂ ଏବଂ ୨୦ ରୁ ଉଦ୍ଧ୍ୱର୍ କୋଇଲା ପରିବହନ ସଂସ୍ଥା ଓ ଅନେକ ସିକୁ୍ୟରିଟି ସଂସ୍ଥା କଂଟ୍ରାକ୍ଟର ମାଧ୍ୟମରେ କାର୍ଯ୍ୟ ଚାଲୁ ରହିଥିବାବେଳେ ଗ୍ରାମର ଜଣେ ହେଲେ ବେକାର ଯୁବକଙ୍କୁ ପରୋକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ । ଏମ୍.ସି.ଏଲ୍. କର୍ତୃପକ୍ଷ ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଧାରଣରତ ବେକାର ଯୁବକମାନେ ପ୍ରକାଶ କରିଛନ୍ତି । ଆଜିର ଏହି ଧାରଣାରେ ବଲଣ୍ଡା ଗ୍ରାମର ସଭାପତି ପ୍ରମୋଦ ବେହେରା, ତ୍ରିପୁର ଦେହୁରୀ, ବିକାଶ ଦେହୁରୀ, ଦିନେଶ ନାଏକ, ବାବୁ ଦାସ, କାଳନ୍ଦି ବିଶ୍ୱାଳ, ବିଜୟ ନାଏକ, ସୁଶାନ୍ତ ନାଏକ, ଚିତରଂଜନ ବେହେରା, ବିହାରୀ ନାଏକ, ବିନୋଦ ଲାଲ୍ଙ୍କ ସମେତ ଶତାଧିକ କ୍ଷତିଗ୍ରସ୍ତ ଜମିହରା ବେକାର ଯୁବକ ଉପସ୍ଥିତ ଥିଲେ।
ଡି ଏ ଭି ହାୟର ସେକେଣ୍ଡାରୀ ସ୍କୁଲରେ ରାଜ୍ଯ ସ୍ଥରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ
ତାଳଚେର, ୦୧/୧୧ ତାଳଚେର ଥର୍ମାଲ ଡି ଏ ଭି ହାୟର ସେକେଣ୍ଡାରୀ ସ୍କୁଲରେ ରାଜ୍ଯ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା କୁ ଏନ .ଟି .ପିସି/ ଟି.ଟି.ପିଏସ ର ସିଜିଏମ ବିଜୟ ଚାନ୍ଦ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏନ ଟି ପିସି ର ଅନେକ ଅଧିକାରୀ ଏଥିରେ ଯୋଗଦେଇ ରାଜ୍ୟର ବିଭିନ୍ନ ଡି ଏ ଭି ପବ୍ଲିକ ସ୍କୁଲ ରୁ ଆସିଥିବା ୨୪ ଟି ପ୍ରତିଯୋଗୀ ଦଳ ର ପ୍ରତିଯୋଗୀଙ୍କୁ ଉଚ୍ଚ ପ୍ରଶଂସ। କରିଥଲେ । ୧୨୦ ରୁ ଅଧିକ ଛାତ୍ର ଓ ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ସ୍ଵାଗତ ଭାଷଣ ଦେଇଥିଲେ । ଅନନ୍ତ ବିହାର ଏମ ସି ଏଲ୍ ସ୍କୁଲ୍ ର ଅଧକ୍ଷା ମାଡାମ ଜ୍ୟୋତି ମିଶ୍ର ପ୍ରତିଯୋଗିତା ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥଲେ । ଶେଷରେ କ୍ରୀଡା ଶିକ୍ଷକ ସପନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତା ତିନୋଟି ବର୍ଗରେ ଓ ଦୁଇଟି ବିଭାଗରେ ହୋଇଥିଲା । ଶେଷରେ ଡି ଏ ଭି ପବ୍ଲିକ ସ୍କୁଲ କଣିହାଁ ର ଅଧକ୍ଷ ଶ୍ରୀଯୁକ୍ତ ଏଲ କେ ଦେବତା ଓ ଏନ ଟି ପିସି ର ସିନିୟର୍ ମ୍ୟାନେଜର ଶଶି ଭୂଷଣ ମିଶ୍ର ଯୋଗ ଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥଲେ । ୧୪ ବର୍ଷ ବାଳକ ବିଭାଗ ରେ ଡି ଏ ଭି ପବ୍ଲିକ ସ୍କୁଲ ଅନନ୍ତ ବିହାର ଚମ୍ପିୟାନ ହୋଇ ଥିବା ବେଳେ ଡି ଏ ଭି ପୋଖରୀପୁଟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିପରି ୧୭ ବର୍ଷ ବାଳକ ବିଭାଗ ରେ ଡି ଏ ଭି ରାଉରକେଲା ଚମ୍ପିୟାନ ହୋଇ ଥିବା ବେଳେ ଡି ଏ ଭି ପୋଖରୀପୁଟ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ୧୪ ବାଳିକା ବିଭାଗ ରେ ଡି ଏ ଭି ବ୍ରଜରାଜନଗର ଚମ୍ପିୟାନ ହୋଇ ଥିବା ବେଳେ ଡି ଏ ଭି ରାଜାବଗିଚ। କଟକ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିପରି ୧୭ ବାଳିକା ବିଭାଗ ରେ ଡି ଏ ଭି କଳିଙ୍ଗ ନଗର ଭୁବନେଶ୍ବର ଚମ୍ପିୟାନ ହୋଇ ଥିବା ବେଳେ ଡି ଏ ଭି ଚନ୍ଦ୍ରଶେଖର ପୁର, ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିପରି ୧୯ ବର୍ଷ ବାଳିକା ବିଭାଗ ରେ ଡି ଏ ଭି ସିଡିଏ, କଟକ ଚମ୍ପିୟାନ ହୋଇ ଥିବା ବେଳେ ଡି ଏ ଭି ବ୍ରଜରାଜନଗର ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏହି ପ୍ରତିଯୋଗିତାରୁ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାକୁ ସୁଯୋଗ ମିଳିବ। ଅଧ୍ୟାପିକା କସ୍ତୁରିକା ମହାନ୍ତି, ସୁଜାତା ମହାପାତ୍ର, ଗୋପୀନାଥ ବେହେରା, ରଘୁନାଥ ବାରିକ , ଅକ୍ଷୟ ଦାସ୍, ଜିଲୁ ପ୍ରଧାନ, ଦିଲୀପ ସ୍ୱାଇଁ, , ରୁପମ୍ ସାହା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥଲେ ।
କୋଇଲା ନଗରୀ ଅଂଚଳରେ କାଳୀପୂଜା ପାଳିତ
ତାଳଚେର, ୦୧/୧୧ ଶିଳ୍ପନଗରୀ ତାଳଚେର ଅଂଚଳର ବିଭିନ୍ନ କୋଇଲା ଖଣି ଯଥା- ଚମ୍ପାପଶି, ଲିଙ୍ଗରାଜ, ଦେଉଳବେଡ଼ା, ଡ଼େରା, ନନ୍ଦିରା, ହାଣ୍ଡିଧୂଆଁ ଭିଲିଅର୍ସ ଇତ୍ୟାଦି ପୂରାତନ କୋଇଲା ଖଣି ଗୁଡ଼ିକରେ ଗତକାଲି ମହାଆଡ଼ମ୍ବରରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଖଣି ଗୁଡ଼ିକ ପକ୍ଷରୁ ସକାଳୁ ବ୍ରାହ୍ମଣୀନଦୀରେ ପୂଜାର୍ଚ୍ଚନାକରି ସେଠାରୁ କଳସରେ ଜଳନେଇ ମଣ୍ଡପରେ ସ୍ଥାପନ କରିବାପରେ ପୁରୋଧା ମା’ଙ୍କର ବିଭିନ୍ନ ଉପଚାରରେ ପୂଜାପାଠ ଆରମ୍ଭ କରିଥିଲେ । ରାତ୍ରୀ ୧୦ଘଟିକାପରେ ଚଣ୍ଡିପାଠ, ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଖଣିକର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ପୂଜା ଧୁମଧାମରେ ହେବା ସହ ରାତ୍ରୀ ୪ଘଟିକା ସମୟରେ ଭକ୍ତମାନେ ମା’ଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ । ଏଥିନେଇ ସମସ୍ତ ଖଣି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ଓ ପରେ ମିଷ୍ଠାନ୍ନ, ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।
ବହ୍ଲର ଗ୍ରାମ ଶିବ ମନ୍ଦିରରେ ଦୃର୍ବୁତ ବୁଲାଇଲେ କଳାକନା
ତାଳଚେର, ୦୧/୧୧ ଗତକାଲି ବିଳମ୍ବିତ ରାତ୍ରୀରେ ତାଳଚେର ବ୍ଳକ ଟାଉନ ଥାନା ଅନ୍ତର୍ଗତ ବହ୍ଲର ଗ୍ରାମରେ ରାଜାରାଜୁଡ଼ା ଅମଳରୁ ରହିଥିବା ଶିବମନ୍ଦିରରେ ଦୃର୍ବୁତମାନେ ମନ୍ଦିରରୁ ସମସ୍ତ ସାମଗ୍ରୀ ଚୋରି କରି କଳାକନା ବୁଲାଇ ନେଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି । ଗ୍ରାମବାସୀମାନେ ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାପରେ ଆଜି ଘଟଣା ସ୍ଥଳରେ ପୋଲିସ୍ ଓ ସାଇଟିଫିକ୍ ଟିମ ସନ୍ଧାନୀ କୁକୁର ପଂହଚି ଛାନଭିନ୍ନ କରିଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥ ୧୪୯ ନମ୍ବର ପାଶ୍ୱର୍ ଓ ଗ୍ରାମକୁ ଲାଗି ମନ୍ଦିରଟି ରହିଥିଲେ ମଧ୍ୟ ମନ୍ଦିରରୁ ଚୋରି ହେବା ଘଟଣା ଏହା ତାଳଚେର ପୋଲିସ୍ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ଏଠାରେ ତାଳଚେର ଅଂଚଳର ଲୋକଙ୍କ ଧନଜୀବନ କେତେ ସୁରକ୍ଷିତ ଏହାକୁ ନେଇ ଏବେ ଚିନ୍ତାରେ ଅଂଚଳବାସୀ । ମନ୍ଦିରର ବ୍ୟବହୃତ ଘଂଟ, ଶଙ୍ଖ, ହୁଣ୍ଡିକୁ ଭାଙ୍ଗି ସମସ୍ତ ଟଙ୍କା ନେଇଥିବା ଗ୍ରାମାବସୀଙ୍କ ନିକଟରୁ ଜଣାପଡ଼ିଛି ।
ତାଳଚରରେ ନୂତନ ବିଡ଼ିଓଙ୍କ ଯୋଗଦାନ
ତାଳଚେର, ୦୧/୧୧ ତାଳଚେର ବ୍ଲକରେ ନୂତନଭାବେ ସୁଶାନ୍ତ କୁମାର ବରାଳ ଗୋଷ୍ଠୀଉନ୍ନୟନ ଅଧିକାରୀ ଭାବେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଛତ୍ରପୁର ବ୍ଲକ ଅଧିକାରୀଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ନୂତନ ସରକାର ଆସିବାପରେ ୧୧୮ଜଣଙ୍କୁ ବିଡ଼ିଓଙ୍କୁ ବଦଳି କରାଯାଇଛି । ଏହି ପରିପ୍ରେକ୍ଷୀରେ ତାଳଚେର ପୂର୍ବତନ ବିଡ଼ିଓ ଚିନ୍ମୟୀ ଚେତନା ଦାସ ଭୂବନେଶ୍ୱରକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ବରାଳଙ୍କୁ ନିଯୁକ୍ତି କରାଯାଇଛି । ସୁଶ୍ରୀ ଦାସ ନୂତନ ବିଡ଼ିଓଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିବାପରେ ବ୍ଲକର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ନ୍ଧିତ କରିଛନ୍ତି l
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା* ଅନୁଗୁଳ :ତା 1/11:ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କର ଶୁକ୍ରବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରେ ବିଜେପି ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା |ମନ୍ତ୍ରୀ ଶ୍ରୀ ପାତ୍ର ଅନୁଗୁଳ ଅତିଥି ଭବନ ଠାରେ ପହଂଚିବା ପରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ଓ ପଦାଧିକାରୀ ଉପସ୍ଥିତ ରହି ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର,ପ୍ରଭାତ ପ୍ରଧାନ, ପ୍ରଦୀପ ପ୍ରଧାନ, ପ୍ରତିମା ମିଶ୍ର, ନମିତା ଦଳବେହରା, ରୋଜାଲିନ ଦାସ, ସରିତା ମିଶ୍ର,ଝୁନୁବାଳା ପ୍ରଧାନ, ବିଜୟ ମାଝୀ, ଲୋକନାଥ ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
ଶୀକ୍ଷାବିତ ଲକ୍ଷ୍ମୀଧର ପ୍ରଧାନ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ* ତାଳଚେର :ତା 1/11:ତାଳଚେର ଅଂଚଳର ଜଣେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ନିରୀକ୍ଷକ କଙ୍କିଳି ଗ୍ରାମର ଲକ୍ଷ୍ମୀଧର ପ୍ରଧାନ ଙ୍କର ଗୁରୁବାର ଦିନ ବିୟୋଗ ଘଟିଛି |ସ୍ବର୍ଗତ ଲକ୍ଷ୍ମୀଧର ପ୍ରଧାନ ବିଜେପି ର ବରିଷ୍ଠ ନେତା ତଥା କଙ୍କିଳି ପଂଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ଙ୍କ ବାପା ଅଟନ୍ତି | ତାଙ୍କରି ମୃତ୍ୟୁ ରେ ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳିଯାଇଛି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କରି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ତାଳଚେର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଅନେକ ଧାର୍ମିକ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ । ତାଙ୍କ ପରିବାର ସହ ମୋର ସମ୍ପର୍କ ରହିଛି । ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଶୋକବାର୍ତ୍ତା ରେ ପ୍ରକାଶ କରିଛନ୍ତି |ସେହିଭଳି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ବରିଷ୍ଠ ବିଜେପି ନେତା ତଥା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ତାଙ୍କ ବାସଭବନ ତଥା ସ୍ମଶାନ ରେ ଶେଷକୃତ୍ୟ ରେ ସାମିଲ ହୋଇ ଶୋକ ପ୍ରକଟ କରିଛନ୍ତି |