LOCAL IMPORTANT NEWS REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ହେଂସମୂଳ ଗ୍ରାମର ବିଭିନ୍ନ ସମସ୍ୟାକୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ତାଳଚେର, ୨୬/୧୦ ତାଳଚେର ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ତାଳଚେର ବ୍ଳକ ହେସମୂଳ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହେଂସମୂଳ ଗ୍ରାମପଂଚାୟତର ନରହରିପୁର ଗ୍ରାମରାସ୍ତାଟିକୁ ଲିଙ୍ଗରାଜ କ୍ଷେତ୍ର ଦ୍ୱାରା ବେଆଇନଭାବେ କଟାଯାଇ ସେହି ନିକଟରେ ଆଉ ଏକ ନୂତନ ରାସ୍ତା ନିର୍ମାଣ କରାଯାଇଥିଲା । ଉକ୍ତ ରାସ୍ତାଟିରେ ଆଲୋକିକରଣ, ସିକ୍ୟୁରିଟି ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ସମୟରେ ସେହି ରାସ୍ତାଦେଇ ଯିବା ଲୋକଙ୍କ ପକ୍ଷରେ ସମ୍ଭବ ହେଉନଥିଲା । ଏହାକୁ ବିଚାରକରି ତାଳଚେର ଉପଜିଲ୍ଳାପାଳ ରାସ୍ତାର ଉଭୟପାଶ୍ୱର୍ରେ ଆଲୋକିକରଣ, ସିସି କ୍ୟାମେରା ଓ ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେବା ସହ ଗ୍ରାମର ଅନ୍ୟ ସମସ୍ୟା ଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ ପ୍ରଧାନ, ବିଭୃ ପ୍ରସାଦ ପତି, ସରପଂଚ ସୁମିତ୍ରା ସାହୁ, ସମିତିସଭ୍ୟ ସୌଭାଗ୍ୟ ପ୍ରଧାନ ହେଂସମୂଳ ଓ ନରହରିପୁର ଗ୍ରାମାବାସୀ ସମେତ ଏମସିଏଲର କର୍ତୁପକ୍ଷମାନେ ଉପସ୍ଥିତ ଥିଲେ ।

 

ଜଳସମ୍ପଦ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ

ତାଳଚେର, ୨୬/୧୦ ତାଳଚେରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅବସରପ୍ରାପ୍ତ ଜଳସମ୍ପଦ ବିଭାଗ କର୍ମଚାରୀ ତଥା ସାଇବାବା ଟ୍ରଷ୍ଟର ଆବାହାକ ସମାଜସେବୀ ନିରଞ୍ଜନ ପତିଙ୍କ ଗତକାଲି ବିଳମ୍ବିତ ରାତ୍ରୀରେ ପରଲୋକ ହେବା ଘଟଣା ସମଗ୍ର ତାଳଚେରରେ ଦୁଃଖରଛାୟା ଖେଳାଇ ଦେଇଛି । ଏହି ଖବର ପ୍ରଚାରିତ ହେବାପରେ ତାଳଚେର ହାଟତୋଟା ସ୍ଥିତ ତାଙ୍କ ବାସଭବନକୁ ବହୁ ମାନ୍ୟଗଣ୍ୟବ୍ୟକ୍ତି ପଂହଚି ଶେଷଦର୍ଶନ କରିବା ସହ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତିିଥିଲେ ଓ ସେ ପ୍ରଥମେ ତାଳଚେର ଜଗନ୍ନାଥମନ୍ଦିରରେ ଗୀତାଜୟନ୍ତୀ ପ୍ରାରମ୍ଭ କରିଥିଲେ ।

ଅଜଣା ମହିଳାଙ୍କ ପରଲୋକ

ତାଳଚେର, ୨୬/୧୦ ତାଳଚେରରେ ଗଢ଼ି ଉଠିଥିବା ମିଶନଆଶ୍ରାରେ ଜୈନିକା ମହିଳାଙ୍କ ଗତକାଲି ରାତିରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ମଣ୍ଡାପାଳ ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମିଶନଆଶ୍ରା ପକ୍ଷରୁ ତାଙ୍କ ନାମ ଅତୁଲ ସାମଲ ଦିଆଯାଇଥିଲେ ମଧ୍ୟ ତାଙ୍କର ପ୍ରକୃତ ପରିଚୟ ମିଳିପାରିନଥିବା ତାଳଚେର ଟାଉନ ପୋଲିସ୍ ପକ୍ଷରୁ ଜଣାପଡ଼ିଛି । ତାଙ୍କର ଉଚ୍ଚତା ପ୍ରାୟ ୫ଫୁଟ ୨ଇଂଚ୍‌, ବର୍ଣ୍ଣ ଶ୍ୟାମଳ ହୋଇଥିବା ବେଳେ ସେ ଏକ ଗୋଲାପୀ ଓ ଧଳା ରଙ୍ଗର ନାଇଟ୍ ପୋଷାକ ପରିଧାନ କରିଥିଲେ ଏବଂ ତାଙ୍କର ଅନୁମାନିକ ବୟସ (୪୫)ବର୍ଷ ହେବ ବୋଲି କୁହାଯାଉଛି । ତେବେ ତାଳଚେର ଟାଉନ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ମହିଳାଙ୍କ ଠିକଣା ଓ ପରିଚୟ ଜାଣିଥାନ୍ତି ତେବେ ତାଳଚେର ଟାଉନ ଥାନା ପୋଲିସ୍‌କୁ ଯୋଗାଯୋଗ କରିପାରିବେ ।

ସନ୍ଦେହ ଘେରରେ ଟ୍ରାଫିକ ପୋଲିସ୍ କାର୍ଯ୍ୟକଳାପ

ଦୁଇଘଂଟା ଅଟକପରେ ଗାଡ଼ିକୁ ଛାଡ଼ିଲା କାହା ସ୍ୱାର୍ଥରେ!୍

ତାଳଚେର, ୨୬/୧୦ ତାଳଚେର ମୁଖ୍ୟ ବାଇପାସ୍ ଛକ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଟ୍ରାଫିକ ଛକଟି ଏତେ ପରିମାଣରେ ଜାମ ରହୁଛି ଯେ, ଚର୍ତୁଦିଗରୁ ଲୋକେ ଆସିଲେ ଏଠାରେ ଅଟକି ରହନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟାନ୍ନ ସମୟରେ ଏକ ନମ୍ବର ବିହୀନ ବୋଲେରୋ ଡ଼ାଲାବଡ଼ି ଗାଡ଼ି ଉକ୍ତ ବାଇପାସ୍ ଛକ ଦେଇ ଯାଉଥିବା ବେଳେ ଟ୍ରାଫିକ ପୋଲିସ୍ ତାକୁ ଅଟକାଇ ରାସ୍ତା ଉପରେ ଦୀର୍ଘ ସମୟ ରଖିଥିବାର ଦଶୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ଟ୍ରାଫିକ ପୋଲିସ୍ କାହିଁକି ଉକ୍ତ ଗାଡ଼ିକୁ ଥାନାକୁ ନପଠାଇ ଦୁଇଘଂଟା କାଳ ରାସ୍ତାଉପରେ ଛିଡ଼ା କରାଇବା ଓ ପରବର୍ତି ସମୟରେ କାହିଁକି ଗାଡ଼ିଟିକୁ ଛାଡ଼ିଦେଲା ତାକୁ ନେଇ ସେଠିକାର ଅଂଚଳବାସୀଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉକ୍ତି ମାରିବାସହ ପୋଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ? ଏସମ୍ପର୍କରେ ତାଳଚେର ଥାନା ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ବ୍ୟସ୍ତ ଅଛି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ । ମାତ୍ର ଗୁରୁତ୍ୱବହନ କରି ଆସୁଥିବା ଏହି ଟ୍ରାଫିକ ଛକଟିରେ ଟ୍ରାଫିକ ର୍ଅତିକ୍ରମ କରିବାକୁ ଲୋକ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଟ୍ରାଫିକ ପୋଲିସ୍ କିପରି ଏହି ମୁଖ୍ୟ ରାସ୍ତା ଉପରେ ଥାନାରେ ଜିମା ନଦେଇ ଦୁଇଘଂଟା କାଳ ଅଟକା ରଖିବା ଘଟଣା ଟ୍ରାଫିକ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଟାଣିନେଇଛି ବୋଲି ଅଂଚଳବାସୀ ମତପୋଷଣ କରୁଛନ୍ତି ।

ଅସାଧୁ ବାଣ ବ୍ୟବସାୟୀ ମାଲେମାଲ୍ : ମାନୁନାହାନ୍ତି ନିୟମ, ବିପଦକୁ ଖାତିର ନାହିଁ

 

ତାଳଚେର , ଆଉ ସପ୍ତାହେ ପରେ ଦୀପାବଳି । ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ତାଳଚେର ସହରରେ ସିଜିନ୍ ଅନୁସାରେ ବ୍ୟବସାୟ ହୋଇଆସୁଛି । ମନ ପସନ୍ଦର ତଥା ଆବଶ୍ୟକ ଅନୁସାରେ ଜିନିଷ ମିଳୁଥୁବାରୁ, ବ୍ୟବସାୟୀ ଓ ଲୋକମାନେ ଏଠାକୁ ଆସି ହୋଲ୍‌ସେଲ୍‌ ଦରରେ କିଣାକିଣି କରିଥାନ୍ତି । ତେବେ ଆଗକୁ ଦୀପାବଳି ଆସୁଥିବା ବେଳେ ତାଳଚେର ସହର ଓ ଗ୍ରାମାଞ୍ଚଳରେ ହୋଲସେଲ୍‌ ବାଣ ବ୍ୟବସାୟ ପାଇଁ ବ୍ୟବସାୟୀଙ୍କୁ ଲାଇସେନ୍ ଦିଆଯାଇଛି । କିନ୍ତୁ ତାଳଚେରର ବିଭିନ୍ନ ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ବେଆଇନ୍ ଭାବେ ବାଣ ଗଚ୍ଛିତ ରଖୁ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ବିପଜନକ ସାମଗ୍ରୀର କାରବାର ଚାଲିଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହୁଛି । କୌଣସି ଅଘଟଣା ଘଟିବା ପୂର୍ବରୁ ଏହି ବେଆଇନ୍ ବାଣ ବିକ୍ରି ଉପରେ ରୋକ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସୂଚନା ଅନୁସାରେ, ତାଳଚେରକୁ ବାଣର ହବ୍ କୁହାଯାଉ ଥିବା ବେଳେ ଗଣେଶ ପୂଜା ପରଠାରୁ ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳରେ ବାଣ ବ୍ୟବସାୟ ଆରମ୍ଭ ହୋଇଯାଇଛି । ତାଳଚେର ସହରରେ ଅନେକ ବେଆଇନ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ସୁଦୁଲି ବୋମା, ହୁଇ ଗୋଟି, ଧପଧପି, ତାଳଫୋଟକା, ଝରଝରି ଭଳି ଆହୁରି ଅନେକ ଦେଶୀ ବାଣ ବିକ୍ରି ହେଉଛି। ତେବେ ଏହି ବାଣ ଗୁଡ଼ିକ ଯଦି କୌଣସି କାରଣରୁ ନିଆଁ ଲାଗେ ତାହା ସମ୍ଭାଳିବା ଅସମ୍ଭବ ହୋଇପଡ଼ିବ। ସହ ଆଗକୁ ବ୍ୟବସାୟ ଆହୁରି ଜୋରସୋର ଚାଲିବ। ଏଣୁ ଏହା ପୂର୍ବରୁ ପୁଲିସ ତତ୍ପରତା ଦେଖାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]