LOCAL IMPORTANT NEWS REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ମାଆ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ,

ଆଜ୍ଞାଲଡୁ ୧,୬୮,୦୬୮ଟଙ୍କାରେ ନିଲାମ

ତାଳଚେର, ୨୫/୧୦ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ମାଆ ଗଜଲକ୍ଷ୍ମୀଙ୍କର ୨୭ତମ ଭସାଣି ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଚଳିତ ମାସ ୧୬ ତାରିଖରୁ ଗ୍ରାମର ୧୬ଟି ମଣ୍ଡପରେ ଦୀର୍ଘ ନଅ ଦିନ ଧରି ମାଆ ଧନଦାତ୍ରୀ ପୂଜା ପାଉଥିଲେ । ଆଜି ସକାଳେ ସମସ୍ତ ମେଢ ଦେଉଳଛକ ମେଲଣ ପଡିଆରେ ଏକତ୍ରିତ ହେବା ପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ଗୁଡିକୁୁ ବିଧି ମୁତାବକ ପୂଜାର୍ଚ୍ଚନା କରା ଯାଇଥିଲା । ଏହାପରେ ଲକ୍ଷ୍ମୀପୂଜା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମା’ ଗଜଲକ୍ଷ୍ମୀଙ୍କର ଆଜ୍ଞାଲଡୁକୁ ନିଲାମ କରାଯାଇଥିଲା । ମଝିକା ଗ୍ରାମର ଅରବିନ୍ଦ ପ୍ରଧାନ ସର୍ବାଧିକ ୧,୬୮,୦୬୮ଟଙ୍କାରେ ମାଆଙ୍କ ଆଜ୍ଞାଲଡୁକୁ ନିଲାମରେ ନେଇଥିଲେ । ପରେପରେ ଦିନ ବାରଟା ତିରିଶ ମିନିଟ ବେଳେ ମେଢ଼ଗୁଡିକ କ୍ରମାନ୍ୱୟରେ ପଛକୁ ପଛ ବାହାରି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଭିନ୍ନ ଲୋକନୃତ୍ୟ,ବ୍ୟାଣ୍ଡ ପାର୍ଟି ଓ ଆଧୁନିକ ସଂଗୀତରେ ତାଳେତାଳେ ସମଗ୍ର ଗ୍ରାମ ଉତ୍ସବ ମୁଖରିତ ହୋଇ ଉଠିଥିଲା । ପଶ୍ଚିମବଙ୍ଗର ଢୋଲଚି ବାଦ୍ୟ, ଜୁନାଗଡ଼, ସୋନପୁର, ବରପାଲି ଓ ବଲାଙ୍ଗୀରର ଦୁଲଦୁଲି ବାଦ୍ୟ,କୋଲକତାର ରାଜସ୍ଥାନୀ ନୃତ୍ୟ ଓ ସୁନାବେଡାର ଢେନସା ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଗ୍ରାମର ମହିଳାମାନେ ନିଜ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଫୁଲ,ଚାଉଳ ବନ୍ଦାପନା କରି ମାଆ ମହାଲକ୍ଷ୍ମୀଙ୍କୁ ବିଦାୟ ଦେଇଥିଲେ । ଭସାଣି ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।

 

ରାଜ୍ୟ କବାଡି ଓ ହ୍ୟାଣ୍ଡ ବଲ୍ କ୍ରୀଡା ପ୍ରତିଯୋଗିତାରେ ଥର୍ମାଲ ଡି. ଏ .ଭି ସ୍କୁଲ ର ସଫଳତା

 

ତାଳଚେର , ରାଜ୍ୟ ସ୍ତରୀୟ ଡି. ଏ .ଭି କ୍ରୀଡା ସମୂହ ପ୍ରତିଯୋଗିତାରେ ତାଳଚେର ଥର୍ମାଲ ଡି .ଏ .ଭି ହାୟର ସେକେଣ୍ଡାରୀ ସ୍କୁଲ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ୧୪ ବର୍ଷ ବାଳକ ବିଭାଗ, ୧୯ ବର୍ଷ ବାଳକ ଓ ବାଳିକା ବିଭାଗର ଅନୁଷ୍ଠିତ ହୋଇଥିବା କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚମ୍ପିୟାନ ଓ ରନର୍ସ ( ବାଳିକା) ହୋଇଛନ୍ତି । ଏହି ପ୍ରତିଯୋଗିତା ରାଉରକେଲା ଠାରେ ୧୯ ଓ ୨୦ ତାରିଖର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ସେହି ପରି ୨୨ ତାରିଖରେ ଡି .ଏ. ଭି ପବ୍ଲିକ ସ୍କୁଲ କଣିହାଁ ଠାରେ ଏନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ହାଣ୍ଡବାଲ ପ୍ରତିଯୋଗିତାରେ ସର୍ବ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଚମ୍ପିୟାନ ହୋଇ ଛନ୍ତି । କବାଡି ରେ ପ୍ରସାଦ ବେହେରା, ସନ୍ଦୀପ ପଲେଇ, ବାବୁଶାନ୍, ଅଭିଷେକ, ଶିବାଜୀ, ହାପୀ, ସତ୍ୟମ୍, ଆକାଶ, ଚିନ୍ମୟ ନନ୍ଦ, ରିତେଶ୍ ସାମଲ, ପ୍ରଭୃତି ଛାତ୍ର ମାନେ ଖୁବ୍ ଭଲ ଖେଳି ଉଚ୍ଚ ପ୍ରଶଂସିତ ହୋଇଥିଲେ । ସେହିପରି ବାଳିକା ବିଭାଗ ରେ ଋତୁପ୍ରଭା, ଅର୍ଚ୍ଚିତା ଓ ଅନ୍ୟମାନେ ଫାଇନାଲ ରେ ରାଉରକେଲା ସହିତ ଫାଇନାଲ ଖେଳି ରନର୍ସ ହୋଇଥିଲେ । ଅଧ୍ୟାପିକା କଷ୍ଟୁରିକା ମହାନ୍ତି, ସୀଙ୍ଗାସନି ତ୍ରିପାଠୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଉତ୍ସାୟିତ କରିଥିଲେ । କ୍ରୀଡା ପ୍ରଶିକ୍ଷକ ସପନ କୁମାର ମିଶ୍ରଙ୍କୁ ସ୍କୁଲ୍ ର ଅଧକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ସମସ୍ତ ଖେଳାଳିଙ୍କ ଓ ସ୍କୁଲର ସଫଳତା ପାଇଁ ଉଚ୍ଚପ୍ରସଂଶିତ କରିଛନ୍ତି । ଏ ଅଚଳର ସମସ୍ତ ଅଭିଭାବକ ସଫଳତାରେ ଖୁସି ଓ ଗର୍ବ ଅନୁଭବ କରିଛନ୍ତି । ଏ ସମସ୍ତ ସଫଳ କ୍ରୀଡାବିତ୍ ମାନେ ଡି ଏ ଭି ସମୂହ ଜାତୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

 

 

ଓଏସ୍ଏସ୍ ପରୀକ୍ଷାରେ ପ୍ରୀତିସୁମନଙ୍କ ସଫଳତା

 

ତାଳଚେର, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରୀତି ରାଙ୍କ ପାଇ ସୁମନ ପ୍ରଧାନ ୩୬୪ ର ଏମ୍‌ସିଏଲ୍ ପାଇଁ ଗୌରବ ଆଣିଛନ୍ତି। ନିଜ ଚେଷ୍ଟାରେ ଅଧ୍ୟୟନ କରି ପ୍ରଥମ ପ୍ରୟାସରେ ପ୍ରୀତି ଓଏଏସ୍ ପାଇଛନ୍ତି। ସେ ବୁର୍ଲା ଡିଏଭିରୁ ଦ୍ବାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ଵର ଓୟୁଏଟିରୁ ବିଏସ୍‌ସି କୃଷି ଓ ଏମ୍ଏସ୍‌ସି କୃଷି ଏବଂ ପରେ ରାୟଗଡ଼ା ନିଟ୍ସ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହି ସଫଳତାର ଶ୍ରେୟ ସେ କଲେଜର ଓ ଅଧ୍ୟାପକ, ସାଙ୍ଗସାଥୀ ପରିବାରବର୍ଗଙ୍କୁ ଦେଇଛନ୍ତି। ଏମ୍‌ସିଏଲ୍ ମୁଖ୍ୟାଳୟରେ ପ୍ରବନ୍ଧକ (ସଚିବ) ଭାବେ କାର୍ଯ୍ୟରତ ବାପା ସୁବାସଚନ୍ଦ୍ର ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ନଙ୍କ ସେ ସୁପୁତ୍ରୀ ଅଟନ୍ତି। ସମାଜରେ ଗରିବ ଓ ବଞ୍ଚିତ ଲୋକଙ୍କର ସେବା କରିବା ସହ ଉନ୍ନତି, କରିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରୀତିସୁମନ କହିଛନ୍ତି ।

*ସମାଜସେବୀ ନିରଞ୍ଜନ ପତି ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ* ତାଳଚେର :ତା 25/10:ତାଳଚେର ର ସତ୍ୟସାଇ ଟ୍ରଷ୍ଟ ର ପ୍ରମୁଖ ବ୍ୟକ୍ତି ତଥା ରାଜ୍ୟ ସରକାର ଙ୍କର ଜଳ ସମ୍ପଦ ବିଭାଗ ର ପୂର୍ବତନ କର୍ମଚାରୀ ନିରଞ୍ଜନ ପତି ଙ୍କର ଚିକିତ୍ସା ଧୀନ ଅବସ୍ଥାରେ ଶୁକ୍ରବାର ଅକାଳ ବିୟୋଗ ଘଟିଛି |ତାଙ୍କରି ଦେହାନ୍ତ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି | ତାଳଚେରର ବିଶିଷ୍ଟ ସମାଜସେବୀ ନିରଞ୍ଜନ ପତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସ୍ଥାନୀୟ ଅଞ୍ଚଳରେ ସମାଜସେବା କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ର ବରିଷ୍ଠ ନେତା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି |

*ପୂର୍ବତନ ଅଧ୍ୟାପକ ଡ଼ଃ ନିମାଇ ଚରଣ ପ୍ରଧାନ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ* ତାଳଚେର :ତା 25/10:ତାଳଚେର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟାପକ ଡ଼ଃ ନିମାଇ ଚରଣ ପ୍ରଧାନ ଙ୍କର ଗୁରୁବାର ରାତ୍ରୀ 2ଟାରେ ଅକାଳ ବିୟୋଗ ଘଟିଛି |ତାଙ୍କର ବିୟୋଗରେ ବିଭିନ୍ନ ମହଲ ରେ ଶୋକ ପ୍ରକଟ କରାଯାଇଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି | ତାଳଚେର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡଃ ନିମାଇ ଚରଣ ପ୍ରଧାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଛାତ୍ର ଜୀବନରୁ ତାଙ୍କ ସହିତ ମୋର ନିବିଡ ସମ୍ପର୍କ ଥିଲା । ସେ ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶୋକବାର୍ତ୍ତା ରେ ପ୍ରକାଶ କରିଛନ୍ତି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଅନୁରୂପ ଭାବେ ଶୋକ ପ୍ରକାଶ କରିଛନ୍ତି |ବିଜେପି ର ବରିଷ୍ଠ ନେତା ତଥା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ତାଙ୍କ ବାସ ଭବନ ରେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |

 

ଡିସେମ୍ବର ରେ ତାଳଚେର ରେ ବିଶାଳ ହିନ୍ଦୁ ସମାବେଶ,ଜଗଦଗୁରୁ ପୁରୀ ଶଙ୍କରାଚାର୍ଯ୍ୟ ଯୋଗଦେବେ* (ପ୍ରସ୍ତୁତି ବୈଠକ ) ତାଳଚେର :ତା 25/10:ଆସନ୍ତା ଡିସେମ୍ବର ମାସରେ ତାଳଚେର ରେ ହେବ ବିଶାଳ ହିନ୍ଦୁ ସମାବେଶ |ଉକ୍ତ ସମାବେଶ ରେ ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଏବଂ ତାଳଚେର ରେ ଗୋବର୍ଦ୍ଧନ ଗୋଶାଳା ର ଶିଳାନ୍ୟାସ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଗୁରୁଜୀ ଯୋଗଦେବେ ବୋଲି ଆଦିତ୍ୟ ବାହିନୀ ର ରାଜ୍ୟ ସଭାପତି ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି |ଏ ପରିପେକ୍ଷୀରେ ତାଳଚେର ହାଣ୍ଡିଧୂଆଁ ଠାରେ ଏକ ପ୍ରସ୍ତୁତି ବୈଠକ ରେ ଯୋଗ ଦେଇ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି |ବୈଠକରେ ହିନ୍ଦୁରାଷ୍ଟ୍ର ମହାସଭା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ତାଳଚେର ଆଗମନ କୁ ନେଇ ସ୍ୱାଗତ ସମିତି ଗତନ କରାଯାଇ ବିଭିନ୍ନ କର୍ମକର୍ତା ଙ୍କୁ ଦାୟିତ୍ୱ ଦିଆଯାଇଛି |ଆଗାମୀ ଦିନରେ ଗୁରୁଜୀ ଙ୍କର କାର୍ଯ୍ୟକ୍ରମ କୁ ଭବ୍ୟ ଭାବେ ଆୟୋଜିତ କରିବା ପାଇଁ ଉପସ୍ଥିତ କର୍ମକର୍ତା ମାନେ ପ୍ରକାଶ କରିଥିଲେ |ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଆଜିର ବୈଠକରେ ପୀଠ ପରିଷଦ ରାଜ୍ୟ ଉପାଧ୍ୟାକ୍ଷ ପଣ୍ଡିତ ରୋହିତ କୁମାର ଦାଶ, ମଧ୍ୟାଞ୍ଚଳ ସମ୍ପର୍କ ସଚିବ ସୌରୀ ରଞ୍ଜନ ପଣ୍ଡା, ସେବା ସଚିବ ବରୁଣ କୁମାର ସାହୁ, ଅନୁଗୁଳ ଜିଲ୍ଲା ସଭାପତି ଲଳିତ ମୋହନ ଦାଶ, କ୍ଷେତ୍ରୀୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ତାଳଚେର ସଭାପତି ବୃନ୍ଦାବନ ବେହେରା, ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ତଥା ସ୍ୱାଗତ ସମିତି ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ବିଭିନ୍ନ ବିଷୟ ରେ ସୂଚନା ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିକାଶ କୁମାର ସାହୁ, ବାସୁଦେବ ହୋତା, କିଶୋର କୁମାର ସାହୁ, ସୁନୀଲ ସାହୁ, ଗଦାଧର ସାହୁ, ମଦନ ପ୍ରଧାନ, ଅନ୍ତର ସାହୁ, ଦିପୁ ସାହୁ, ସୁଶାନ୍ତ ବିଶ୍ୱାଳ, ଶୁଭକାନ୍ତ ଦାସ, ଜ୍ୟୋତିର୍ମୟ ରଥ, ରଶ୍ମିରଂଜନ ସାହୁ, ଅମିତ କୁମାର ସାହୁ, ଅଜୟ ସାହୁ, କାଶୀ ବିଶ୍ୱନାଥ ଦାଶ, ବୀରକିଶୋର ମିଶ୍ର. ଶମ୍ଭୁନାଥ ବେହେରା, ସଞ୍ଜୟ ନନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

ପୂର୍ବତନ ରାଜସ୍ବ ନିରୀକ୍ଷକ ପ୍ରସନ୍ନ କୁମାର ରଥ ଙ୍କର ପରଲୋକ

 

ତାଳଚେର,୨୫/୧୦: ତାଳଚେର ବ୍ଲକ ବନ୍ତୋଲ ଗ୍ରାମର ବରିଷ୍ଠ ନାଗରିକ ତଥା ପୂର୍ବତନ ରାଜସ୍ବ ନିରୀକ୍ଷକ ପ୍ରସନ୍ନ କୁମାର ରଥ ଙ୍କର ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା l ସେ ଘଣ୍ଟପଡ଼ା, ତାଳଚେର ସଦର ଓ ଅନୁଗୋଳ ଆଦି ସ୍ଥାନରେ ଦୀର୍ଘ ସମୟ ଧରି ଚାକିରୀ କାର୍ଯ୍ୟରେ ଅବସ୍ଥାପିତ ରହି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ l ସେହିପରି ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ ସକ୍ରିୟ ରହି ଜନ ସେବାରେ ନିୟୋଜିତ ଥିଲେ l ସ୍ବର୍ଗତ ରଥ ଜଣେ ମିଷ୍ଟଭାଷୀ, ମେଳାପି ତଥା ଲୋକପ୍ରିୟ ବ୍ୟକ୍ତି ଭାବେ ସୁପରିଚିତ ଥିଲେ l ନିଜ ଗ୍ରାମ ଶ୍ମଶାନ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରଯାଇଥିଲା l ସ୍ବର୍ଗତ ରଥ ଙ୍କର ମୃତ୍ୟୁ ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗଭୀର ସମବେଦନା ଜଣାଇଛନ୍ତି l ସ୍ବର୍ଗତ ରଥ ଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

l

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]