LOCAL IMPORTANT NEWS REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ବାତ୍ୟା ‘ଦାନାକ଼ୁ ନେଇ ତାଳଚେର ଅଂଚଳରେ ସ୍କୁଲ, କଲେଜ ବନ୍ଦ

ତାଳଚେର, ୨୩/୧୦ ରାଜ୍ୟକୁ ସୁରକ୍ଷା ଦେବା ଦିଗରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ତିନିଦିନ ବ୍ୟାପି ସ୍କୁଲ ଓ କଲେଜ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଏହି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ୧୪ ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଳା ମଧ୍ୟ ସାମିଲ ଥିବାରୁ ଅନୁଗୋଳ ଜିଲ୍ଳା ସହିତ ତାଳଚେର, ପାଲଲହଡ଼ା, ଆଠମଲ୍ଲୀକ, ଛେଣ୍ଡିପଦା ଅଂଚଳର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ୨୩, ୨୪, ୨୫ ତାରିଖ ଯାଏ ସରକାର ପକ୍ଷରୁ ବନ୍ଦ ହେବା ନେଇ ଘୋଷଣା କରାଯାଇଛି । ତେବେ ଏହାକୁ ନେଇ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି କିଛି ଅଂଚଳବାସୀଙ୍କ ପ୍ରତିକ୍ରିୟା ନେଇଥିବା ବେଳେ ସେମାନେ କୁହନ୍ତି କି, ରାଜ୍ୟ ସରକାରଙ୍କ ପଦକ୍ଷେପ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ । ରାଜ୍ୟର ଯେଉଁ ୧୪ଜିଲ୍ଳାକୁ ପାଣିପାଗ ବିଭାଗ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛନ୍ତି କି, ଏହି ଜିଲ୍ଳା ଗୁଡ଼ିକରେ ବାତ୍ୟା ‘ଦାନା’ ବଙ୍ଗୋପ ସାଗରରେ ବଳଗୋଟାଇ ନିଜକୁ ଶକ୍ତିଶାଳୀ କରୁଥିବା ଓ ତାର ପ୍ରଳୟକାରୀ ଭୟଙ୍କର ରୂପ ଦେଖାଇ ଜିଲ୍ଳା ଗୁଡ଼ିକୁ ପ୍ରଭାବିତ କରିବା ପୂର୍ବରୁ ସରକାର ସଚେତନ ହୋଇ ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ କସରତ ଜାରି ରଖିଛନ୍ତି ଏବଂ କ୍ଷୟକ୍ଷତିକୁ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ତତ୍ପରତା ଦେଖାଉଥିବାରୁ ଏହା ଏକ ନିତ୍ୟାନ୍ତ ବଡ଼ ପଦକ୍ଷେପ ବୋଲି ସେମାନେ ମତପୋଷଣ କରିଛନ୍ତି ।

ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ତାଳଚେର, ୨୩/୧୦ ତାଳଚେର ପୌରପରିଷଦ ଫାଷ୍ଟଗେଟ୍ ନିକଟସ୍ଥ ୱାର୍ଡ଼ ନମ୍ବର ୫ର ବରିଷ୍ଠ ଠିକାଦାର ସ୍ୱର୍ଗତ ରସା ପ୍ରଧାନଙ୍କ ପୁତ୍ର ନରେନ୍ଦ୍ର ପ୍ରଧାନ(୭୨)ଙ୍କର ଆଜି ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ସେ ଗତକାଲି ରାତ୍ରୀରେ ଅସୁସ୍ଥତା ଅନୁଭବ କରିବାରୁ ଅନୁଗୋଳ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥାର ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ସେଠାରୁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଚିକତ୍ସାଳୟକୁ ନେଇ ଯାଇଥିଲେ । ସେ ତାଳଚେର ଅଂଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ ଥିଲେ ଓ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ପରୋପକାରୀ ଓ ସହୃଦୟ ବ୍ୟକ୍ତି ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପୁଅ, ଝିଅ, ନାତି, ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ ଶରୀରକୁ ତାଳଚେର ସ୍ଥିତ ବାସଭବନକୁ ଅଣାଯାଇ ମଣ୍ଡାପାଳ ସ୍ଥିତ ଶାନ୍ତିଧାମ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ ସମ୍ପର୍ଣ୍ଣ କରାଯାଇଛି ।

ବାତ୍ୟାମୁକାବିଲା ନେଇ ସମସ୍ତ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

୨୩ରୁ ୨୫ଯାଏଁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ

ତାଳଚେର, ୨୩/୧୦ ଆଇଏନଡ଼ିର ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତି ଆଶାଙ୍କା ସୃଷ୍ଟି କରୁଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ସେହି ଆଧାରରେ ତାଳଚେର ଉପଖଣ୍ଡ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ତାଳଚେର ଉପଜିଲ୍ଳାପାଳ ସମୀର ଜେନା ସମସ୍ତ ଅଧିକାରୀମାନଙ୍କୁ ସଜାଗ ରହିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ସମ୍ଭାବ୍ୟବାତ୍ୟକୁ ଆଖି ଆଗରେ ରଖି ତହସିଲଦାର, ବିଡ଼ିଓ, ସ୍ୱାସ୍ଥ୍ୟବିଭାଗ ସହିତ ଉପଜିଲ୍ଳାପାଳ ଶ୍ରୀ ଜେନା ବିଚାର ବିମର୍ସ କରିବା ସହ ଏଥିରେ ଯେପରି କୌଣସି ଲୋକଙ୍କରଧନ ଜୀବନ ଯେପରି କ୍ଷତିନହୁଏ ସେଥିପ୍ରତି ଯତ୍ନବାନ ହେବା ସହିତ ବାତ୍ୟାର ସମସ୍ତ ଘଟଣାକୁ ମୁକାବିଲା କରିବାପାଇଁ ନିର୍ଦ୍ଦେଶ ଦେଇଥିବା ଉପଜିଲ୍ଳାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି । ରାଜ୍ୟକୁ ସୁରକ୍ଷା ଦେବା ଦିଗରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ତିନିଦିନ ବ୍ୟାପି ସ୍କୁଲ ଓ କଲେଜ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଏହି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ୧୪ ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଳା ମଧ୍ୟ ସାମିଲ ଥିବାରୁ ଅନୁଗୋଳ ଜିଲ୍ଳା ସହିତ ତାଳଚେର, ପାଲଲହଡ଼ା, ଆଠମଲ୍ଲୀକ, ଛେଣ୍ଡିପଦା ଅଂଚଳର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ୨୩, ୨୪, ୨୫ ତାରିଖ ଯାଏ ସରକାର ପକ୍ଷରୁ ବନ୍ଦ ହେବା ନେଇ ଘୋଷଣା କରାଯାଇଛି । ତେବେ ଏହାକୁ ନେଇ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟତଃ ଚାଷକାର୍ଯ୍ୟ ଉପରେ ବାତ୍ୟାର ପ୍ରଭାବକୁ ଦେଖି ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେବା ସହ କିଛି ଚାଷୀ ତରବରିଆଭାବେ ଦରପାଚିଲା ଧାନକୁ କାଟି ଘରେ ରଖିଥିବା ଦେଖିବାକୁ ମିଳିଛି । ଏହି ବାତ୍ୟାର ସୁଯୋଗ ନେଇ କିଛି ଅସାଧୁ ବେପାରୀମାନେ ଆଳୁ, ପିଆଜ, ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ମୂଲ୍ୟବୃଦ୍ଧି ଆକାଶଛୁଆଁ କରି ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

ତାଳଚେର କୋଇଲା ଖଣି ମଜଦୂର ସଂଘ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ l

 

ତାଳଚେର, ୨୨/୧୦/୨୦୨୪ ରିଖ ଦିନ ତାଳଚେର କୋଇଲା ଅଞ୍ଚଳର କାର୍ଯ୍ୟରତ ତାଳଚେର କୋଇଲା ଖଣି ମଜଦୂର ସଂଘ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି । ଅଧିବେଶନ ରେ ରାଜ୍ୟ ବି ଏମ୍ ଏସ ର ଜେନେରାଲ ସେକ୍ରେଟାରୀ ପୃଥିବୀରାଜ ପଣ୍ଡା କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରିଶ ମହନ୍ତ ଓ ଏ ବି କେ ଏମ ଏସ (ବିଏମସ) ଅଖିଳ ଭାରତୀୟ ଉପାଧ୍ୟକ୍ଷ ମଜରୁଲ ହକ ଅନ୍ସାରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପର୍ଯ୍ୟବ୍ୟକ୍ଷଣ କରିଥିଲେ। ଅନ୍ୟ ଅଥିତି ମାନଙ୍କ ମଧ୍ୟରେ ବି ଏମ ଏସ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁରଭି ସ୍ୱାଇଁ, ଏ ବି କେ ଏମ ଏସ ନେତା ଅରୁଣ ପ୍ରଧାନ, ରଞ୍ଜନ ବେହେରା ଉପସ୍ଥିତ ଥିଲେ। ବାର୍ଷିକ ଅଧିବେଶନ କୁ ସଂଗଠନର ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଗତ ଦୁଇ ବର୍ଷର ସଂଗଠାନାତ୍ମକ କାର୍ଯ୍ୟ ବିବରଣୀ ପାଠ, ଆର୍ଥିକ ବିବରଣୀ ପାଠ ସହ ବିଭିନ୍ନ ପ୍ରସ୍ତାବ ପରିତ୍ କରାଯାଇଥିଲା। ପରିଶେଷରେ ସଭାପତି ଦ୍ଵାରା ପୂର୍ବ କାର୍ଯ୍ୟକାରିଣି କମିଟି କୁ ଭାଙ୍ଗ କରାଯାଇ ଆଗାମୀ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ମହାନ୍ତି, ଉପସଭାପତି ସଞ୍ଜୀବ ମହାପାତ୍ର, ବିଭୂତି ପ୍ରଧାନ ଜେନେରାଲ ସେକ୍ରେଟାରୀ ଭାବେ ବୀରେନ ଖିଲାର, ଡେପୁଟି ଜେନେରାଲ ସେକ୍ରେଟାରୀ ଅଜୟ ସାହୁ, ଓ ସଂଗଠନ ମନ୍ତ୍ରୀ ଶରତ ବିଶ୍ବାଳ,ସମ୍ପାଦକ ଭାବେ ସୁଶିଲ ସାହୁ, ବିଶ୍ଵନାଥ ବେହେରା, ଏବଂ କୋଷାଧ୍ୟକ୍ଷ ଭାବେ ଅଜୟ ପଢ଼ି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ବୀରେନ ଖିଲାର ଜେନେରାଲ ସେକ୍ରେଟାରୀ, ଟି କେ କେ ଏମ ଏସ (ବି ଏମ ଏସ), ତାଳଚେର।

 

 

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]