ଘଣ୍ଟପଡ଼ା ଗ୍ରାମରେ ମହାଆଡ଼ମ୍ବରରେ ଲକ୍ଷ୍ମୀପୂଜା ପାଳିତ……..
ତାଳଚେର ବ୍ଲକସ୍ଥିତ ଘଣ୍ଟପଡାଗ୍ରାମରେ ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଅଛି। ଏହି ପୂଜା ୧୭ ତାରିଖଠାରୁ ଆରମ୍ଭ ହୋଇଅଛି |୧୦ ଦିନ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ମା ଲକ୍ଷ୍ମୀବିରାଜମାନ ହେବେ | ପାଖାପାଖି ୨୦ଟି ପୂଜା ମଣ୍ଡପରେ ମାଲକ୍ଷ୍ମୀପୂଜା ପାଉଛନ୍ତି।ଶ୍ରୀଲକ୍ଷ୍ମୀପୂଜା କମିଟି ସାମନ୍ତ ସାହି, ଜୟଶ୍ରୀ ଲକ୍ଷ୍ମୀ ପୂଜା କମିଟି ମହାନ୍ତି ସାହି,ଜନତାଲକ୍ଷ୍ମୀପୂଜା କମିଟି ବଉଳ ଛକ-ବିଜନ୍ତା ଲକ୍ଷ୍ମୀ ପୂଜା କମିଟି ବାଲିସାହି, ବରସାହି ଲକ୍ଷ୍ମୀପୂଜା କମିଟି, ଷ୍ଟାର ବଏଜଲକ୍ଷ୍ମୀ ପୂଜା କମିଟି ସ୍କୁଲ ସାହି, ଲକ୍ଷ୍ମୀ ନାରାୟଣୀ ପୂଜା କମିଟି ତିଅରସାହି, ଭାଗବତ ସାହି, ବଡ଼ ସାହି,ନାକିଟି ସାହି, ମହାପାତ୍ର ସାହି, ମଣ୍ଡପ ସାହି, ସାଗରିକା ଲକ୍ଷ୍ମୀ ପୂଜା କମିଟି ସହର ସାହି ଓ ତଳସାହି ଲକ୍ଷ୍ମୀ ପୂଜା କମିଟିରେ ମା ବିରାଜମାନ ହୋଇ ପୂଜା ପାଉଛନ୍ତି । ଆଖପାଖ ଗାଁରୁ ଅନେକ ଲୋକ ପୂଜା ଦେଖିବାକୁ ଆନନ୍ଦସହକାରେ ଦେଖିବାକୁ ଆସୁଛନ୍ତି । ପୂଜାର ୧୦ଦିନ ପରେ ଭସାଣିଯାତ୍ରା ହେବ ବୋଲି ପ୍ରସ୍ତୁତ ଚାଲିଅଛି।
ଘଣ୍ଟପଡ଼ା ଗ୍ରାମରେ ମହାଆଡ଼ମ୍ବରରେ ଲକ୍ଷ୍ମୀପୂଜା ପାଳିତ……..
kalingafocus
👇खबर सुनने के लिए प्ले बटन दबाएं
[democracy id="1"]