ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ୩ ଦଫା ଦାବୀପତ୍ର ପ୍ରଦାନ
ତଦନ୍ତ ହେଉ ସାଇଲୋ, ସିକ୍ୟୁରିଟି ସଂସ୍ଥା ଓ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର
ତାଳଚେର,୧୯/୧୦: ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି ଖଦାନ,କଳକାରଖାନା ଭିତରେ କାର୍ଯ୍ୟରତ କମ୍ପାନୀ,ସାଇଲୋ, ସିକ୍ୟୁରିଟି ସଂସ୍ଥା ଓ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ନମ୍ବର ରହିବା ଓ ଅଂଚଳ ବାସୀଙ୍କ ଗମନାଗମନ ଜନିତ ମୁଖ୍ୟ ସମସ୍ୟା ନେଇ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତିନି ଦଫା ସମ୍ବଳିତ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଚାଷ ଜମି ଦାସ କମି ଉପରେ କଳକାରଖାନା, କୋଇଲାଖଣି ପ୍ରତିଷ୍ଠା ହେଲା, କିନ୍ତୁ ଅଂଚଳର ପାରିପାଶ୍ୱିର୍କ ଉନ୍ନତି ଆଶାନୁରୂପ ହୋଇପାରି ନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧି ଘଟି ପାରିନାହିଁ । ତେବେ ଅଂଚଳବାସୀଙ୍କ ଗମନାଗମନ, ବେରୋଜଗାରକୁ ନେଇ ବିଭିନ୍ନ ସମୟରେ ଏ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସୁଫଳ ଆଜିପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ପାଇପାରି ନାହାଁନ୍ତି । ଯଦ୍ୱାରା ଦିନ ପ୍ରତିଦିନ ତାଳଚେର ମଧ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଉଥିବା ବେଳେ ଖଣି କଳକାରଖାନା ଭିତରେ ନିଯୁକ୍ତି ବିକ୍ରି ସ୍ଥାନୀୟଙ୍କ ଚିନ୍ତା ବଢ଼ାଇଛି । ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି । ଅକାରଣରେ ସାଧାରଣ ଜନତା ଜୀବନ ହାରୁଛନ୍ତି । ଏହି ପରିପ୍ରେକ୍ଷୀରେ ତାଳଚେର ଯୁବପିଢ଼ିଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି କଳକାରଖାନା ଗୁଡିକରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକୁରିଟି ସଂସ୍ଥା, ଠିକାଦାରଙ୍କ ସର୍ଭିସ ରେଜିଷ୍ଟର ତଦନ୍ତ କରି ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସାର୍ବଜନୀନ କରାଯାଉ ଏବଂ ନିଶ୍ଚିତ କରାଯାଉ ଯେ ସେଠାରେ ତାଳଚେର ଉପଖଣ୍ଡର କେତେଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି । କୋଇଲାଖଣି ଭିତରେ ଲୋକାଲ ସେଲ ବ୍ୟବସ୍ଥା ଥିବାରୁ କିଛି ମାତ୍ରାରେ ବେପାର ବାଣିଜ୍ୟ କରି ସ୍ଥାନୀୟ ଉପକୃତ ହେଉଛନ୍ତି । ସେହିପରି ଶିକ୍ଷିତ ଯୁବକ ଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ,ଅଣ କୁଶଳୀ ଯୁବବର୍ଗ ଉପକୃତ ହେବାପାଇଁ ଲୋକାଲ ରିକ୍ୟୁଟିମେଣ୍ଟ ଅଫିସ ଖୋଲାଯାଇ ତାହାର ସମସ୍ତ ଦାୟିତ୍ୱ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ୩ ଦଫା ଦାବୀପତ୍ର ପ୍ରଦାନ
ସାଇଲୋ, ସିକ୍ୟୁରିଟି ସଂସ୍ଥା ଓ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ତଦନ୍ତ ହେଉ
ତାଳଚେର,୧୯/୧୦: ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି ଖଦାନ,କଳକାରଖାନା ଭିତରେ କାର୍ଯ୍ୟରତ କମ୍ପାନୀ,ସାଇଲୋ, ସିକ୍ୟୁରିଟି ସଂସ୍ଥା ଓ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ନମ୍ବର ରହିବା ଓ ଅଂଚଳ ବାସୀଙ୍କ ଗମନାଗମନ ଜନିତ ମୁଖ୍ୟ ସମସ୍ୟା ନେଇ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତିନି ଦଫା ସମ୍ବଳିତ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଚାଷ ଜମି ଉପରେ କଳକାରଖାନା, କୋଇଲାଖଣି ପ୍ରତିଷ୍ଠା ହେଲା, କିନ୍ତୁ ଅଂଚଳର ପାରିପାଶ୍ୱିର୍କ ଉନ୍ନତି ଆଶାନୁରୂପ ହୋଇପାରି ନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧି ଘଟି ପାରିନାହିଁ । ତେବେ ଅଂଚଳବାସୀଙ୍କ ଗମନାଗମନ, ବେରୋଜଗାରକୁ ନେଇ ବିଭିନ୍ନ ସମୟରେ ଏ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସୁଫଳ ଆଜିପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ପାଇପାରି ନାହାଁନ୍ତି । ଯଦ୍ୱାରା ଦିନ ପ୍ରତିଦିନ ତାଳଚେର ମଧ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଉଥିବା ବେଳେ ଖଣି କଳକାରଖାନା ଭିତରେ ନିଯୁକ୍ତି ବିକ୍ରି ସ୍ଥାନୀୟଙ୍କ ଚିନ୍ତା ବଢ଼ାଇଛି । ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି । ଅକାରଣରେ ସାଧାରଣ ଜନତା ଜୀବନ ହାରୁଛନ୍ତି । ଏହି ପରିପ୍ରେକ୍ଷୀରେ ତାଳଚେର ଯୁବପିଢ଼ିଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି କଳକାରଖାନା ଗୁଡିକରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକ୍ୟୁରିଟି ସଂସ୍ଥା, ଠିକାଦାରଙ୍କ ସର୍ଭିସ ରେଜିଷ୍ଟର ତଦନ୍ତ କରି ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସାର୍ବଜନୀନ କରାଯାଉ ଏବଂ ନିଶ୍ଚିତ କରାଯାଉ ଯେ ସେଠାରେ ତାଳଚେର ଉପଖଣ୍ଡର କେତେଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି । କୋଇଲାଖଣି ଭିତରେ ଲୋକାଲ ସେଲ ବ୍ୟବସ୍ଥା ଥିବାରୁ କିଛି ମାତ୍ରାରେ ବେପାର ବାଣିଜ୍ୟ କରି ସ୍ଥାନୀୟ ଉପକୃତ ହେଉଛନ୍ତି । ସେହିପରି ଶିକ୍ଷିତ ଯୁବକ ଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ,ଅଣ କୁଶଳୀ ଯୁବବର୍ଗ ଉପକୃତ ହେବାପାଇଁ ଲୋକାଲ ରିକ୍ୟୁର୍ଟିମେଣ୍ଟ ଅଫିସ ଖୋଲାଯାଇ ତାହାର ସମସ୍ତ ଦାୟିତ୍ୱ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ବାହ କରିବା । ୧୪୯ ନମ୍ବର ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବହ୍ଲର ଦେଇ ବଅଁରପାଳ ଯାଏଁ ଚାରିଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ ଟଙ୍କା ମଞ୍ଜୁରୀ ପାଇଥିଲେ ମଧ୍ୟ ଏନଏଚଏଆଇ ଟେଣ୍ଡର ଉପରେ ଟେଣ୍ଡର ଡାକୁଛନ୍ତି କିନ୍ତୁ କାର୍ଯ୍ୟାରମ୍ଭ ହୋଇ ପାରୁନାହିଁ । ଏଣୁ ଟେଣ୍ଡର ଖୋଲିବା ପୂର୍ବରୁ ଅଧିଗ୍ରହଣ କାର୍ଯ୍ୟ ବା ପେମେଣ୍ଟ ସାରି ସ୍ଥାନୀୟ ସମସ୍ୟାରେ ସମାଧାନ ଆଣିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଉ । ତାଳଚେର ଉପଖଣ୍ଡ ବାସୀଙ୍କ ଉପରୋକ୍ତ ସମସ୍ୟା ଗୁଡିକୁ ହୃଦୟଙ୍ଗମ ପ୍ରତ୍ୟକ୍ଷ ଭାବେ ଉପଜିଲ୍ଲାପାଳ ମହୋଦୟ ହସ୍ତକ୍ଷେପ କରିଲେ ନିଶ୍ଚିନ୍ତ ଭାବେ ତାଳଚେର ଯୁବପିଢ଼ି ସମେତ ଅଂଚଳବାସୀ ଉପକୃତ ହୋଇପାରିବେ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ନଚେତ ଆଗାମୀ ଦିନରେ ସଙ୍ଘ ରାଜରାସ୍ତା ଉପରକୁ ଆସିବ ବୋଲି କୁହାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଜନବିକାଶ କଲ୍ୟାଣ ସଂଘର ସଭାପତି ଭୁପେନ ଥମ୍ବ,ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ,ଜିତେନ୍ଦ୍ର ମହାପାତ୍ର,କୈଳାସ ବେହେରା, ଦିବ୍ୟରଞ୍ଜନ ବାରିକ,ହିମାଂଶୁ ଶେଖର ମିଶ୍ର,କିଶୋର କୁମାର ସାହୁ,ଗଗନ ବିହାରୀ ଦାସ,ଭାଗିରଥୀ ସାହୁଙ୍କ ସମେତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।
କିଶୋର କ୍ଲବ ଦ୍ୱାରା ଖବରକାଗଜ ପ୍ରତିନିଧିଙ୍କୁ ସମ୍ମାନୀତ
ତାଳଚେର,୧୯/୧୦ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଳଚେର ନିର୍ଭୟ ପ୍ରତିନିଧି ବିଜୟ କୁମାର ଦେବତାଙ୍କୁ ତାଳଚେର କିଶୋର କ୍ଲବ ପକ୍ଷରୁ ସାରଦୀୟ ପୂଜା ଓ ସାଂସ୍କୃତିକ ଉତ୍ସବର ଉଦଯାପନୀ ଦିବସରେ ମାନପତ୍ର, ଉପଢ଼ୌକନ ସହ ସମ୍ମାନୀତ କରାଯାଇଥିଲା । ଉତ୍ସବରେ ମୁଖ୍ୟଅତିଥିଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନୀୟ ଅତିଥିଭାବେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଶ୍ରୀ ଦେବତାଙ୍କୁ ସମ୍ମାନୀତ କରିଥିଲେ । କ୍ଲବର କାର୍ଯ୍ୟକରୀ ସଭାପତି ପେସ୍କାର ଗଡ଼ନାୟକ, ସମ୍ପାଦକ ଦୀପକ ଥମ୍ବ, ଉପସଭାପତି ଦୟାସାଗର ମିଶ୍ର ପ୍ରମୁଖଙ୍କ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ତାଳଚେର ବାଘୁଆବୋଲ ଅଂଚଳର ୩ଛାତ୍ର ନିଖୋଜ
ତାଳଚେର,୧୯/୧୦ ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଅଂଚଳରୁ ଗତକାଲି ଠାରୁ ୩ଜଣ ଛାତ୍ର ନିଖୋଜ ହୋଇଥିବା ନେଇ ସେମାନଙ୍କ ପରିବାର ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବାଘୁଆବୋଲ ଅେଂଚଳର ମନୋଜ ମିଶ୍ରଙ୍କ ପୁଅ ସୁଭମ ମିଶ୍ର (୧୭) ଜନାର୍ଦ୍ଦନା ବାରିକଙ୍କ ପୁତ୍ର ରାଜେଶ କୁମାର ବାରିକ (୧୭) ଓ ପଦ୍ମନାଭ ବାରିକଙ୍କ ପୁତ୍ର ସୌମ୍ୟରଞ୍ଜନ ବାରିକ (୧୯) ଗତକାଲି ଠାରୁ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ତିନିଜଣ ଛାତ୍ର ତାଳଚେର ଆଇଟିଆଇ ଓ ଥର୍ମାଲ ଡ଼ିଏଭି ସ୍କୁଲରେ ଅଧ୍ୟୟନ କରୁଛନ୍ତି । ଗତକାଲି ଠାରୁ ସେମାନଙ୍କ ସାଥିରେ ନେଇଥିବା ମୋବାଇଲ୍ ଗୁଡ଼ିକ ମଧ୍ୟ ସୁଇଟ୍ଚ୍ଅପ୍ ଥିବାରୁ ଓ ଏହି ତିନିଛାତ୍ରଙ୍କ ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ କୌଣସି ସୁରାକ୍ ନପାଇବାରୁ ବାଧ୍ୟହୋଇ ତାଳଚେର ଟାଉନ୍ ଥାନାରେ ଲିଖିତଭାବେ ଜଣାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି । ପୂର୍ବରୁ ସେହି ଅଂଚଳରୁ ଏଭଳି ଘଟଣା ଘଟିଥିବା ବେଳେ ଆଜି ଏହାର ପୁନରାବୃତି ଘଟିଥିବା ଘଟଣା ଦେଖିବାକୁ ମିଳିଛି ।
ତାଳଚେର ଉପଜିଲ୍ଳାପାଳଙ୍କୁ ଆର୍ନ୍ତଜାତୀୟ ମାନଧିକାର ପରିଷଦ ସଭାପତିଙ୍କ ଦାବିପତ୍ର ପ୍ରଦାନ
ତାଳଚେର,୧୯/୧୦ ତାଳଚେରର ବିଭିନ୍ନ ସମସ୍ୟାକୁ ନେଇ ଆଜି ଆର୍ନ୍ତଜାତିକ ମାନବଧିକାର ପରିଷଦର ସଭାପତି ଦେବେନ୍ଦ୍ର ସିଂହ ତାଳଚେର ଉପଜିଲ୍ଳାପାଳଙ୍କୁ ସାକ୍ଷାତ କରିବା ସହିତ ଏକ ତିନିଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ତାଳଚେର ନର୍ସିଂମେଡ଼ିକାଲ କଲେଜ ଏବଂ ହଷ୍ଟେଲକୁ ତାଳଚେର ସହରାଚଂଳ ମଧ୍ୟରେ ରହିଥିବା ଆଦର୍ଶବିଦ୍ୟାଳୟ ପଛପାଶ୍ୱର୍ରେ ନିର୍ମାଣ କରିବା, ୧୪୯ ନମ୍ବର ଜାତୀୟ ରାଜପଥକୁ ତୁରନ୍ତ ୪ଥାକିଆ କରିବା ସହିତ ଟ୍ରାଫିକ୍ ସମସ୍ୟା ଓ ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ତାଳଚେର ପୌରପରିଷଦ ମଧ୍ୟରେ ବୋଟିଙ୍ଗ ସୁବିଧା କରାଯାଇ ଚିଲଡ଼୍ରେନପାର୍କ ନିର୍ମାଣ କରିବା ଇତ୍ୟାଦି ଦାବିପତ୍ରରେ ଉଲ୍ଲେଖ ରହିଛି । ତେବେ ତାଳଚେର ଅଂଚଳରୁ ପ୍ରଚୁର ରାଜସ୍ୱ ଯାଉଥିଲେ ମଧ୍ୟ ସନ୍ଧ୍ୟା ସମୟରେ ଛୋଟ ଓ ବଡ଼ ଲୋକଙ୍କ ନିମନ୍ତେ କୌଣସି ପାର୍କର ବ୍ୟବସ୍ଥା ନଥିବାରୁ ମନରଞ୍ଜନ କରିବାକୁ ସେମାନେ ଏଥିରୁ ବଂଚିତ ହେଉଛନ୍ତି । ଏଥିପାଇଁ ମଧ୍ୟ ବିଶେଷ ଅର୍ଥବ୍ୟବସ୍ଥା କରିବାର ଆବଶ୍ୟକତା ରହୁନଥିବା ବେଳେ ଯଦି ଏହା ନିର୍ମାଣ କରାଯାଏ ତେବେ ଏଥିରୁ ପୌରପରିଷଦ ବେଶ ଉପକୃତ ହୋଇପାରିବ ବୋଲି କୁହାଯାଉଛି । ତେଣୁ ଏହି ୩ଟି ସମସ୍ୟା ତୁରନ୍ତ ସମାଧନ କରିବା ନେଇ ଉପଜିଲ୍ଳାପାଳଙ୍କୁ ଶ୍ରୀ ସିଂହ ପ୍ରସ୍ତାବ ଦେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।
ତାଳଚେର ପ୍ରଶାସନ ସକ୍ରିୟ ରାସ୍ତାରେ ଟ୍ରକ ରଖିଲେ ଏଣିକି ଗଣିବ ତଣ୍ଡ
ତାଳଚେର,୧୯/୧୦ ତାଳଚେର ପ୍ରଶାସନ ପକ୍ଷରୁ ୧୪୯ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଉତ୍କଟତର ହୋଇଥିବାରୁ କାଲିଠାରୁ ତାଳଚେର ଉପଜିଲ୍ଳାପାଳ ସମୀର ଜେନାଙ୍କ ଉପସ୍ଥିତିରେ ତାଳଚେର ପରିବହନ ବିଭାଗ, ଟାଉନ୍ ପୋଲିସ୍ଙ୍କ ଉପସ୍ଥିତିରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ ଗୁଡ଼ିକୁ ବାରଣ କରିବା ସହ ସେମାନଙ୍କୁ ନିକଟରୁ ଫାଇନ୍ ଆଦାୟ କରିବଥିବା ଜଣାପଡ଼ିଛି । ୧୪୯ ନମ୍ବର ଜାତୀୟ ରାଜପଥଟି ସଂକିର୍ଣ୍ଣ ଓ ଅଣଓସାରିଆ ହେବା ସହିତ ଏଥିରେ ଦୈନିକ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳାଚଳ କରୁଥିବାକୁ ନେଇ ଭିନ୍ନ ଭିନ୍ନ ସମ୍ରରେ ଟ୍ରାଫିକ୍ ଜାମ ଯୋଗୁଁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଜରୁରୀ କାମରେ ଯାଉଥିବା ବେଳେ ଦୀର୍ଘ ସମୟଧରି ଅଟକ ରହୁଥିବା ଘଟଣା ପରିତାପର ବିଷୟ ହେଉଥିଲେ ମଧ୍ୟ ଏହାର ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ ହୋଇ ଆସୁଥିଲା । ତେଣୁ ପ୍ରଶାସନ ଗୋଡ଼ଇବନ୍ଧ ଠାରୁ ଆରମ୍ଭ କରି ବହ୍ଲରଛକ ପର୍ଯ୍ୟନ୍ତ ଯେପରି ଯାତ୍ରୀମାନେ ସୁବିଧାରେ ଚଳପ୍ରଚଳ କରିପାରିବେ ଓ ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ ସେଥିନେଇ ରାସ୍ତା କଡ଼ରେ ଠିଆ ହୋଇଥିବା ଭାରୀଯାନ ଗୁଡ଼ିକୁ ହଟାଇବାନେଇ ତତ୍ପରତା ପ୍ରକାଶ ପାଇଥିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।