Local important news REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ଲୋକଙ୍କ ସରକାର ରେ ଲୋକ ଯାହା ଚାହିଁବେ ତାହା ହେବ -ଗୋଲକ ମହାପାତ୍ର ବିଜେପି ରାଜ୍ୟ ଉପ ସଭାପତି* ଅନୁଗୁଳ :ତା 27/10: ରାଜ୍ୟରେ ଲୋକଙ୍କ ସରକାର ଚାଲିଛି, ଲୋକଙ୍କ ଅନୁଯାୟୀ ଲୋକ ଯାହା ଚାହିଁବେ ତାହା ହେବ |ନିର୍ବାଚନ ପୂର୍ବରୁ ବିଜେପି ତାର ସଂକଳ୍ପ ପତ୍ର ରେ ଯାହା ଉଲ୍ଲେଖ କରିଥିଲା ସେହି ଅନୁଯାୟୀ କାର୍ଯ୍ୟ ଜାରି ରହିଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି |ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ସଦସ୍ୟତା ସମ୍ପର୍କିତ ବୈଠକରେ ଯୋଗଦେଇ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି |ମୋହନ ମାଝି ଙ୍କ ନେତୃତ୍ୱ ରେ ବିଜେପି ସରକାର ଶପଥ ନେବାର 24ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ର ଚାରି ଦ୍ୱାର ଖୋଲିବା, ପରେ ରତ୍ନ ଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନାରେ ଏକ କୋଟି 40ଲକ୍ଷ ମହିଳା ଙ୍କୁ ସାମିଲ କରି 5000ଟଙ୍କା ପ୍ରଥମ କିସ୍ତି ପ୍ରଦାନ କରିବା, ଧାନର ସହାୟକ ମୂଲ୍ୟ ଉପରେ ଆଠ ଶହ ଟଙ୍କାର ବୋନସ ଦେଇ 3100 ଟଙ୍କା ରେ ଚାଷୀ ଙ୍କ ଠାରୁ ଧାନ କିଣିବା, 40000 ଶିକ୍ଷକ ପଦବୀ ଖାଲି ଥିବା ବେଳେ 16000 ଶିକ୍ଷକ ଙ୍କୁ ନୁଯୁକ୍ତି ଦେବା ସହ ଆଗାମୀ ଦିନରେ ଆଊ 25000 ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ବ କରିବା, ଭରତପୁର ଥାନା ରେ ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ପୋଲିସ ଅଧିକାରୀ ଙ୍କୁ ନିଲମ୍ବନ କରାଯିବା ଭଳି ସବୁ କ୍ଷେତ୍ରରେ ଆମ ସରକାର ଲୋକଙ୍କ ହିତରେ ଆମ ସରକାର କାର୍ଯ୍ୟ କରୁଛି ବୋଲି ଆଜି ପ୍ରତିପାଦିତ ହୋଇଛି |ବିଜେପି କାର୍ଯ୍ୟକର୍ତା ମାନେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ସବୁ ଲୋକଙ୍କ ପାଖକୁ ଯାଇ ବିଜେପି ର ସଦସ୍ୟ କରିବା ସହ ସବୁ ବୁଥ ରୁ ଅନ୍ୟୁନ୍ୟ 5 ଜଣ ଙ୍କୁ ସକ୍ରିୟ ସଦସ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ |ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସଦସ୍ୟତା ଜିଲ୍ଲା ସଂଯୋଜକ ଦିଲ୍ଲୀପ ପ୍ରଧାନ, ସକ୍ରିୟ ସଦସ୍ୟ ଜିଲ୍ଲା ସଂଯୋଜକ ସୁଦିପ ଗଡ଼ନାୟକ, ନୃସିଂହ ବରାଳ ଓ ପ୍ରଭାତ ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁଗୁଳ ଜିଲ୍ଲା କୁ ଦିଆ ଯାଇଥିବା ସଦସ୍ୟତା ଟାର୍ଗେଟ କୁ ସମ୍ପୂର୍ଣ କରିବା ଉପରେ ମତ ପ୍ରକାଶ କରିଥିଲେ |ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ସକ୍ରିୟ ସଦସ୍ୟତା କାର୍ଯ୍ୟକର୍ତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

ସ୍କୋରପିଓ, ସ୍ମାର୍ଟଫୋନ୍ ଓ ୧୩ଲକ୍ଷ, ୮୦ହଜାର ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ

ତାଳଚେର, ୨୭/୧୦ ତାଳଚେର ବିକ୍ରମପୁର ଥାନା ଅଧିନସ୍ଥ ସାଉଥବଲଣ୍ଡା ଅଂଚଳରୁ କୌଣସି ସୂତ୍ରରୁ ଖବରପାଇ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡ଼ ଚଢ଼ାଉ କରି ଜଣେ ମାରାତ୍ମକ ନିଶାବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩୮ ଗ୍ରାମର ବ୍ରାଉନସୁଗାର, ସ୍କୋରପିଓ ଗାଡ଼ି ଓ ସ୍ମାର୍ଟଫୋନ୍ ଜବତ କରିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୂତାବକ ଅବକାରୀ କର୍ମଚାରୀମାନେ ବଲଣ୍ଡା ଅଂଚଳରେ ଛପି ରହିଥିବା ବେଳେ ବେପାରୀ ଜଣଙ୍କ ଗ୍ରାହକଙ୍କ ଅପେକ୍ଷା ରହିଥିଲେ । ସ୍କାର୍ଡ଼ର ଜଣେ କର୍ମଚାରୀ ଗ୍ରାହକ ସାଜି ସେଠାରେ ଛିଡ଼ା ହୋଇ ରହିଥିବା କାମାକ୍ଷାନଗର ଅଂଚଳର ସୁତାଂଶୁ ଭୂଷଣ ସ୍ୱାଇଁ (୩୪)ଙ୍କ ଠାରୁ ବ୍ରାଉନସୁଗାର କିଣିବା ଆଳରେ ତାଙ୍କୁ କାବୁ କରିନେବା ସହ ତାଙ୍କ ନିକଟରୁ ୧୩୮ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୧୩ଲକ୍ଷ, ୮୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ଏବଂ ସୂତାଂଶୁ ବ୍ରାଉନସୁଗାର ବେପାରରେ ବ୍ୟବହାର କରୁଥିବା ଏକ ସ୍କୋପିଓ ନମ୍ବର ଓଡ଼ି୧୯ଏଲ-୬୬୯୯କୁ ଜବତ କରିବା ସହ ତାଙ୍କ ନିକଟରୁ ଏକ ସ୍ମାର୍ଟଫୋନ୍ ମଧ୍ୟ ଅବକାରୀ ବିଭାଗ ପାଇଥିଲା । ଏବାବଦରେ ଅବକାରୀ ବିଭାଗ ଏକ କେସ୍ ନଂ-୭୭/୨୪-୨୫ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଅବକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ବିଭାଗ ଇନ୍ସିପେକ୍ଟର ଉମାକାନ୍ତ ସ୍ୱାଇଁ, ଏସଆଇ ହାତିଆ ବେହେରା, ଏସ୍‌ସ୍‌ଆଇ ସନ୍ତୋଷ ସେନାପତି, କନିଷ୍ଠବଳ ସରୋଜ ସାହୁ, ଗୌରୀ ଓରାମ୍ ଉପସ୍ଥିତ ଥିଲେ । ତେବେ କଳାହୀର ସହରରେ ଧଳାଜହର ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଦିଗରେ ଦୃଷ୍ଟିଦେଇ ଜୋରଦାର ଚଢ଼ାଉ କରାଯାଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 

 

ତହସିଲଦାରଙ୍କୁ ଲୁଟିଲେ ସାଇବର ଠକ ଲିଙ୍କ୍ ଦେଇ ଆକାଉଣ୍ଟରୁ ନେଇଗଲେ ୯୦ ହଜାର

 

ତାଳଚେର, ୨୭/୧୦ ଆପଣଙ୍କ ଆଧାରକାର୍ଡ ମାଧ୍ୟମରେ ଏକ ସିମ୍ ବ୍ୟବହାର ହେଉଛି ସେହି ନମ୍ବର ଦ୍ବାରା ଅନୈତିକ କାର୍ଯ୍ୟକଳାପ ଚାଲିଛି। ଏପରିକି ଏହି ନମ୍ବର ୨ ଘଣ୍ଟା ଭିତରେ ବ୍ଲକ୍ ହୋଇଯିବା ସେହିପରି ଆପଣଙ୍କ ନାମରେ ମିବିଆଇ ମାମଳା ଚାଲିଛି!” ଏପରି ଡରେଇ, ଧମକାଇ, ଆତଙ୍କିତ କରି ସାଇବର ଠକ ଜଣେ ତହସିଲଦାରଙ୍କୁ ଠକିଛନ୍ତି ଲିଙ୍କ୍ ଦେଇ ଆକାଉଣ୍ଟରୁ ୯୦ ହଜାର ଟଙ୍କା ପୋଛି ନେଇଛନ୍ତି। ଏପରି ଠକେଇର ଶିକାର ହୋଇଛନ୍ତି ତାଳଚେର ତହସିଲଦାର ରୋଜାଲିନ ବେହେରା। ଏ ନେଇ ସେ ଶୁକ୍ରବାର ତାଳଚେର ଥାନାରେ ଏତଲା ଦେଇଛନ୍ତି ତହସିଳଦାର ମାଲବର ଠକେଇର ଶିକାର ହେବା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ମୁତାବକ, ଗତ ୨୪ ତାରିଖ ଅପରାହ୍‌ଣରେ ଶ୍ରୀମତୀ ବେହେରାଙ୍କୁ ‘ଟ୍ରାଲ ଅଫିସ୍ କର୍ମଚାରୀ ପରିଚୟ ଦେଇ ଜଣେ ଠକ କଲ କରିଥିଲା ତାଙ୍କ ଆଧାରକାର୍ଡ ଜରିଆରେ ଅନ୍ୟ କେହି ଏକ . ମୋବାଇଲ ନମ୍ବରରେ ଅନୈତିକ କାର୍ଯ୍ୟକଳାପ ଚଳାଇଥିବାରୁ ତାଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ୨ଘଣ୍ଟା ଭିତରେ ବ୍ଲକ୍ ହୋଇଯିବ ବୋଲି ଠକ କହିଥିଲା। ଏପରିକି ସିବିଆର ଅଧିକାରୀ ବୋଲି ପରିଚୟ ଦେଇ ଅନ୍ୟ ଜଣେ ଶ୍ରୀମତୀ ବେହେରାଙ୍କୁ ଭିଡିଓ କଲ୍‌ରେ ପଚରାଉଚରା କରିଥିଲେ ତାଙ୍କ ନାମରେ ଅଭିଯୋଗ ଦାଖଲ ହୋଇଥିବା କହିବା ସହ ନିଜ ଆକାଉଣ୍ଟ ନମ୍ବରରୁ ଅନ୍ୟ ଏକ ଆକାଉଣ୍ଟ ନମ୍ବରକୁ ଟଙ୍କା ଟ୍ରାନ୍ସଫର୍ କରିଦେବାକୁ ଠକ ପରାମର୍ଶ ଦେଇଥିଲା। ଏଥିପାଇଁ ଠକ ୨ଟି ଲିଙ୍କ୍ ପଠାଇଥିଲା କିନ୍ତୁ ତହସିଲଦାର ଶ୍ରୀମତୀ ବେହେରା ଉକ୍ତ ଲିଙ୍କ ଖୋଲିବା ମାତ୍ରେ ତାଙ୍କ ଆକାଉଣ୍ଟରେ ଥିବା ୮୯ ହଜାର ୫୦୦ ଟଙ୍କା ଗାଏବ ହୋଇ ଯାଇଥିଲା। ତାଙ୍କ ସହ ସାଇବର ଠକେଇ ହୋଇଥିବା ଜାଣିପାରି ଶ୍ରୀମତୀ ବେହେରା ବ୍ୟାଙ୍କ ସହ ଯୋଗାଯୋଗ କରି ନିଜ ଆକାଉଣ୍ଟକୁ ବ୍ଲକ୍ କରିଥିଲେ। ଏନେଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୯୮୨/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଛି।

 

ନୂତନ ସହରସାହି ମୌଜା ଜିଲିଣ୍ଡା ଗ୍ରାମବାସୀଙ୍କ ସହ ଆଲୋଚନା କଲେ ହେଁସମୂଳ ସରପଂଚ

ତାଳଚେର:-ତାଳଚେର ବ୍ଲକ ହେଁସମୂଳ ଗ୍ରାମ ପଂଚାୟତର ସରପଂଚ ସୁମିତ୍ରା ସାହୁ ନୂତନ ସହରସାହି ମୌଜା ଜିଲିଣ୍ଡା ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସରପଂଚ ସୁଶ୍ରୀ ସାହୁ ଗ୍ରାମର ଆନୁସଙ୍ଗିକ ରାସ୍ତା, କୋଠଘର, ଡ୍ରେନ୍ ଏବଂ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ଯଥା ସମ୍ଭବ ପ୍ରତିଶୃତି ଦେଇଥିଲେ । ଏହା ସହିତ ସରପଂଚ ସୁଶ୍ରୀ ସାହୁ ଗ୍ରାମବାସୀ ଏବଂ ଏସ୍‌.ଏଚ୍‌.ଜି. ମହିଳାଙ୍କ ସହ ଆଲୋଚନା କରି ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ଯୁବ ସମାଜସେବୀ ସଞ୍ଜୟ ଜାଲ ଏବଂ ଏସ୍‌.ଏଚ୍‌.ଜି. ମହିଳା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସହରସାହି ମୌଜାଟି ଏମ୍‌.ସି.ଏଲ୍‌.ର ଭୁବନେଶ୍ୱରୀ କୋଇଲା ଖଣି ଦ୍ୱାରା ବିସ୍ଥାପିତ ହୋଇ ଜିଲିଣ୍ଡା ଠାରେ ବସତି ସ୍ଥାପନ କରାଯାଇଛି ।

ପରିବାରକୁ ଦୈବ ସାଜିଲା ବାଧକ : ବେସାହାରା ହୋଇଗଲେ ଦୁଇ ଭଉଣୀ

ଖୋଦ୍ ପରିପୌରପରିଷଦରେ ହୋଇଥିଲେ ମଧ୍ୟ ପଂହଚି ପାରିନି ପ୍ରଶାସନ

ତାଳଚେର, ୨୭/୧୦ ଭଗବାନଙ୍କର ଏକି ବିଚିତ୍ର ନୀତି! ଦୁଇ କମଳମତୀ ଶିଶୁ ଯେଉଁମାନେ କି, ଦୁନିଆ ବିଷୟରେ କିଛି ଜାଣିବା ପୂର୍ବରୁ ତାଙ୍କୁ ଦୈବ ସାଜିଲା ବାଧକ । ଦୁଇ ଶିଶୁ ଏବେ ହୋଇଗଲେ ଅନାଥ! ଘଟଣାକ୍ରମେ ଖୋଦ୍ ତାଳଚେର ପୌରପରିଷଦ ୧ନମ୍ବର ୱାର୍ଡ଼ ରାଇଫଲ କ୍ଳବ ନିକଟରେ ରାଜା ରାଜୁଡ଼ା ଅମଳରୁୁ ପୁରୁଷନୁକ୍ରମେ ସେଠରେ ରହି ଆସୁଥିଲେ । ଉକ୍ତ ପରିବାର ତାଳଚେର ରାଜା ସାହେବଙ୍କ ପାଖରେ ରହି ସେବା ଯୋଗାଇ ପରିବାର ପ୍ରତିପୋଷଣ କରୁଥିଲେ । କାଳକ୍ରମେ ସମୟ ବିତିବା ସହିତ ପରିବାରକୁ ଦୁର୍ଦ୍ଦିନର କଳାବାଦଲ ଘଟିଆସିଥିଲା । ପର୍ଯ୍ୟାୟକ୍ରମେ ଉକ୍ତ ପରିବାର ମୁରବୀମାନେ ଚାଲିଗଲା ପରେ ଜୟ ଚନ୍ଦ୍ର ସିଂହ (୫୮) ଓ ତାଙ୍କ ସ୍ତ୍ରୀ ସୁମତି ସିଂହ(୩୯) ଦୁଇ କମଳମତୀ ଶିଶୁଙ୍କୁ ନେଇ ଯେନତେନ ଉପାୟରେ ୪ପ୍ରାଣୀ କୁଟୁମ୍ବ ନିଜର ପେଟପାଟଣା ଗୁଜୁରାଣ ମେଟାଂଇ ଆସୁଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ୨୦୨୧ ମସିହାରେ ଶିଶୁଙ୍କ ମାଆ ସୁମତୀ ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କର ସ୍ୱାମୀ ଜୟ ମାରାତ୍ମକ କ୍ୟାନସର୍ ରୋଗରେ ପିଡ଼ୀତ ହୋଇ ଆଜକୁ ୧୦ଦିନ ହେବ ଅର୍ଥଅଭାବରୁ ଚିକିତ୍ସା ନକରାଇପାରି ଆରପାରିକୁ ଚାଲିଯିବା ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ହେଁ ପ୍ରଶାସନ ପାଖରେ ଏଖବର ନପଂହଚିବା ଏକ ବିଡ଼ମ୍ବନା ବିଷୟ ବୋଲି ସେହି ଅଂଚଳବାସୀ ଏହା ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ କେବଳ ଉକ୍ତ ପରିବାରକୁରାସନ କାର୍ଡ଼ରେ ଚାଉଳଗଣ୍ଡେ ମିଳୁଥିବା ବେଳେ ରହିବା ପାଇଁ ଘରଖଣ୍ଡେ ନଥିବାରୁ ଉକ୍ତ ଶିଶୁମାନେ ଭଙ୍ଗାଦଦରା ଜରିପାଲ ପକାଇ ରହୁଥିବା ହୃଦୟ ବିଦାରକ ଦୃଶ୍ୟ ନିଶ୍ଚିତଭାବେ ଯନ୍ତ୍ରଣା ଦାୟକ ହୋଇଛି । ଏବେ ସେହି ଦୁଇ କମଳମତୀ ଶିଶୁ ମଧ୍ୟରୁ କୁମୁଦୁନୀ ସିଂହ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ସାନଭଉଣୀ ସୌଦାମିନୀ ସିଂହ ଟାଉନ ଏମି ସ୍କୁଲରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ତେବେ ଦୁଇଭଉଣୀଙ୍କ ଉପରେ ଏବେ କଳାବାଦଲର ଛାୟା ଘୋଟିଛି । ଏହି ଅନାଥ ଦୁଇ ଶିଶୁ ବର୍ତମାନ କିପରି ବଂଚିବେ ସେଥିନେଇ ରାହା ଖୋଜୁଥିବା ବେଳେ ସରକାର ତୁରନ୍ତ ସେମାନଙ୍କୁ ଘରଖଣ୍ଡେ ଓ ପାଠପଢ଼ାର ସମସ୍ତ ଦାୟୀତ୍ୱ ବହନ କରିବାକୁ ସରକାରଙ୍କୁ ଉକ୍ତ ଦୁଇଭଉଣୀ ଆକୂଳ ନିବେଦନ କରିଛନ୍ତି । ପୁନଶ୍ଚ ଏହି ଖବର ପାଇ ଆଜି ଓଡ଼ିଶା ମାନବଧିକାର କମିଶନ ସଭାପତି ଦେବେନ୍ଦ୍ର ସିଂହ ଉକ୍ତ ଦୁଇ ଅସହାୟ ଶିଶୁଙ୍କ ନିକଟରେ ପଂହଚି ସହାୟତାର ହାତ ବଢ଼ାଇବା ସହିତ ସେମାନଙ୍କୁ ତୁରନ୍ତ ସରକାରଙ୍କ ପକ୍ଷରୁ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଘର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷାକ୍ଷେତ୍ରରେ ସହଯୋଗ କରାଯାଉ ବୋଲି ଶ୍ରୀ ସିଂହ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯଦି କୌଣସି ବାଦାନ୍ୟବ୍ୟକ୍ତି ସାହାଯ୍ୟର ହାତବଢ଼ାଉବାକୁ ଚାହାନ୍ତି ତେବେ ୯୭୭୬୪୦୭୭୨୭ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି ।

 

ମଦନମୋହନପୁର ଗ୍ରାମର ୫ ଦଫା ଦାବୀ ନେଇ ଲିଙ୍ଗରାଜ କୋଇଲାଖଣି ବନ୍ଦ ଆନ୍ଦୋଳନ

ଆସନ୍ତା ୩୦ରେ, ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର:-ତାଳଚେର ବ୍ଲକ ମଦନମୋହନପୁର ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କ ୫ଦଫା ଦାବୀ ନେଇ ଆସନ୍ତା ୩୦ରେ ସ୍ଥାନୀୟ ଲିଙ୍ଗରାଜ କୋଇଲାଖଣିକୁ ସଂପୂର୍ଣ୍ଣ ଭାବେ ଅବରୋଧ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଗତ ୧୯୯୬ ମସିହା ଠାରୁ ଗ୍ରାମକୁ ସଂପୂର୍ଣ୍ଣ ଭାବେ ଅଧିଗ୍ରହଣ କରାଯାଇଅଛି । ଗ୍ରାମବାସୀ ଘରବାଡି ହରାଇ ସଂପୂର୍ଣ୍ଣ ଭୂମିହୀନ ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ଖଣି କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ କ୍ଷତିଗ୍ରସ୍ତ ପ୍ରଜାଙ୍କର ନ୍ୟାର୍ଯ୍ୟ ଦାବୀ ଗୁଡିକୁ ପୂରଣ କରିବା ପାଇଁ ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା କରି ବର୍ଷ ବର୍ଷ ଧରି ସ୍ଥଗିତ ରଖି ଉପେକ୍ଷା କରାଯାଇଛି । ଦାବୀ ଗୁଡିକ ହେଲା- ଗ୍ରାମର ଘରଦ୍ୱାର, ଜମି ଓ ବୃକ୍ଷାଦିର ସମସ୍ତ ମୂଲ୍ୟାୟନ ୮ ବର୍ଷ ହେବ ସଂପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନାହିଁ । ଗ୍ରାମର ପ୍ରତ୍ୟେକ ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସରକାରଙ୍କ ଭୂମି ଅଧିଗ୍ରହଣ କ୍ଷତିପୂରଣ ନିୟମାନୁଯାୟୀ ବାସଗୃହ ପାଇଁ ବସ୍ତି ନିର୍ମାଣ ଏବଂ ଗୃହ ନିର୍ମାଣ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉ । କ୍ଷତିଗ୍ରସ୍ତ ପରିବାରର ଯୋଗ୍ୟ ପୁତ୍ର, କନ୍ୟା ଏବଂ ନାତି/ନାତୁଣୀ ମାନଙ୍କୁ ଏମ୍‌.ସି.ଏଲ୍‌.ରେ ନିଯୁକ୍ତି ପ୍ରଦାନ କରାଯାଉ । କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସରକାରଙ୍କର ନୂତନ ଭୂମି ଅଧିଗ୍ରହଣ ଅଧିନିୟମ ୨୦୧୩ ଅନୁଯାୟୀ ଥଇଥାନ ଓ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ । ଅଧିଗ୍ରହଣ ଜାଗାଟି ଖଣି ପାଖରୁ ପାଖାପାଖି ୭୫ ମିଟର ଦୂରତ୍ୱରେ ଥିବାରୁ ଖଣି ଭିତରେ ପ୍ରତ୍ୟହ ୬୦ ରୁ ୭୦ ଥର ଡିନାମାଇଟ୍ ବିସ୍ଫୋରଣ କରିବା ଦ୍ୱାରା ଘର ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଅଛି ଏବଂ ଘରେ ବସବାସ କରୁଥିବା ବୃଦ୍ଧ/ବୃଦ୍ଧା ଏବଂ ରୋଗୀମାନେ ଘର ଭିତରେ ଶଯ୍ୟାଶାୟୀ ହୋଇ କାଳାତିପାତ କରୁଛନ୍ତି । କେତେବେଳେ ନା କେତେବେଳେ ଧନ ଜୀବନ ନଷ୍ଟ ନହେବ ତାହା କହିବେ ନାହିଁ । ଏହାର ସମାଧାନ ଆସନ୍ତା ୫ ଦିନ ମଧ୍ୟରେ କରାନଗଲେ ବାଧ୍ୟ ହୋଇ ଗ୍ରାମବାସୀ ଲିଙ୍ଗରାଜ କୋଇଲା ଖଣିକୁ ସଂପୂର୍ଣ୍ଣ ଭାବେ ଅବରୋଧ କରିବାକୁ ନିଷ୍ପତି ନେଇଥିବା ଲିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାର ନକଲ ଢେଙ୍କାନାଳ ସାଂସଦ, ତାଳଚେର ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏମ୍‌.ସି.ଏଲ୍‌.ର ସି.ଏମ୍‌.ଡି, ଉପଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଭୂଅର୍ଜନ ଅଧିକାରୀ, ତାଳଚେର ଥାନା ଅଧିକାରୀ ଏବଂ ଜଗନ୍ନାଥ/ଲିଙ୍ଗରାଜ/ଭୁବନେଶ୍ୱରୀ ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।

ଲୋକାର୍ପିତ ହେଲା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କ

ତାଳଚେର, ୨୭/୧୦ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ଅନୁଗୋଳସ୍ଥିତ ହୋଟେଲ ପ୍ରଶାନ୍ତି ପରିସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱତନ୍ତ୍ର ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ତଥା ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଉଦ୍‌ଘାଟିକା ଭାବରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ଦାସ,ମୁଖ୍ୟ ଅତିଥି ଭାବରେ ଶାରଳା ପୁରସ୍କାରପ୍ରାପ୍ତ କଥାକାର ସରୋଜିନୀ ସାହୁ,ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ଦୀନେଶ ମାଲୀ,ଆଇଆଇଏମ,ସମ୍ବଲପୁରର ପ୍ରଫେସର ତଥା ବିଶିଷ୍ଟ ଲେଖକ ସୁଜିତ୍ ପୃଷେଠ୍‌, ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରେଜ ବିଭାଗର ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ, ବିଶିଷ୍ଟ ଲେଖିକା ଗୋଲାପ ମଞ୍ଜରୀ କର ଓ ସାହିତ୍ୟ ଘରର ସଂପାଦକ ଅରୁଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଶାରଦୀୟ ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଉତ୍ସବରେ ପତ୍ରିକାର ସଂପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ହିଙ୍ଗୁଳା ପାଠାଗାରର କୋଷାଧ୍ୟକ୍ଷ ଦୟାନିଧି ସାହୁ ଓ ଉପଦେଷ୍ଟା ଗବେଷକ ବିଭୂତି ଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆକର୍ଷଣୀୟ ପ୍ରଚ୍ଛଦ ସହ ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଲେଖାରେ ସମୃଦ୍ଧ ଏହି ବିଶେଷାଙ୍କଟି ଶିଶୁ କିଶୋରମାନଙ୍କ ଦ୍ୱାରା ଆଦୃତ ଲାଭ କରିବ ବୋଲି ପତ୍ରିକାର ସଂପାଦକ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତିଫ

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]