LOCAL IMPORTANT NEWS REPORTED BY PRADEEP KUMAR MOHARANA KALINGA FOCUS 

👇खबर सुनने के लिए प्ले बटन दबाएं

ତାଳଚେର ଅନୁଗୋଳ ଲୁପ୍ ଲାଇନ୍ ନିର୍ମାଣ କେବେ?
ତାଳଚେର, ୨୨/୧୦ ତାଳଚେର ଏକ ଶିଳ୍ପ ସମୃଦ୍ଧ ଅଂଚଳ ହୋଇଥିବା ବେଳେ ଏଠିକାର ସମସ୍ତ କୋଇଲା ଖଣି ଗୁଡ଼ିକରୁ ଦେଶର ବିଭିନ୍ନ ଶକ୍ତି କେନ୍ଦ୍ର ଓ କଳକାରଖାନା ଗୁଡ଼ିକୁ ରେଳବାଇ ମାଧ୍ୟମରେ କୋଇଲା ପରିବହନ ହୋଇଥାଏ । ବିଗତ ଏକଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ତାଳଚେରରେ ସର୍ବ ପ୍ରଥମେ ହାଣ୍ଡିଧୂଆଁ ଠାରେ ଭିଲିୟର୍ସ କମ୍ପାନୀ ପକ୍ଷରୁ ଭୂତଳ କୋଇଲା ଖଣି ଆରମ୍ଭ କରାଯାଇଥିଲା । ଏବଂ ସେହି ସମୟରେ କୋଇଲା ଚାଳିତ ଟ୍ରେନ ରହିଥିଲା ଓ କୋଇଲାର ଚାହିଦା ବୃଦ୍ଧି ପାଇଲା । ଏହାପରେ ତାଳଚେର ଅଂଚଳରେ ବିଭିନ୍ନ କୋଇଲା ଖଣିମାନ ମୁଣ୍ଡ ଟେକିଲା । ଟ୍ରେନ ଚଳପ୍ରଚଳ କଲା । ଏହାପରେ କୋଇଲା ଖଣି ଅତ୍ୟଧିକ ହେବାରୁ ଟ୍ରେନ ଯୋଗେ କୋଇଲା ପରିବହନ କାର୍ଯ୍ୟ ଅଳ୍ପ ଖର୍ଚ୍ଚରେ ହୋଇ ପାରିବା ଯୋଗୁଁ ଟ୍ରେନ ଲାଇନର ବିସ୍ତାର କରାଗଲା । ଏଥିପାଇଁ ରେଳବାଇ ବାର୍ଷିକ ୫/୬ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟକରି ଲାଭବାନ୍ ହେଉଥିବା ବେଳେ ତାଳଚେର ପ୍ରତି କ୍ରମାଗତଭାବେ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି । ତାଳଚେର ଷ୍ଟେସନ ଦେଇ ପ୍ରତ୍ୟେକ ଦିନ ଏବେ ୯୦ଟି ରେଳ ଚଳପ୍ରଚଳ କୋଇଲା ପରିବହନ କରୁଥିବା ଜଣାପଡ଼ିଛି । ସେହିବାବଦରେ ରେଳବାଇ ୧୨ରୁ ୧୫କୋଟିଟଙ୍କା ରୋଜଗାର କରୁଥିବା ବେଳେ ପାଗ ଅନୁକୂଳ ସମୟ ତଥା ଅକ୍ଟୋବର ମାସରୁ ମାର୍ଚ୍ଚମାସରେ ପ୍ରାୟ ୧୫ରୁ ୧୭ କୋଟିଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ମାତ୍ର ପରିତାପର ବିଷୟ ତାଳଚେର ସମ୍ବଲପୁର ରେଳପଥ ଦେଇ ଯାଇଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ତାଳଚେର ଷ୍ଟେସନ ଦେଇ ଯାଉ ନାହିଁ । କେବଳ ଦୈନିକ ସକାଳୁ ତାଳଚେର-ପୁରୀ ମେମୁଁ, ଅନୁଗୋଳ-ପୁରୀ ମେମୁଁ ଓ ସନ୍ଧ୍ୟାରେ ରାଉଲକେଲ ଟ୍ରେନ ବ୍ୟତୀତ ରାତ୍ରୀ ସମୟରେ ପୁରୀ-ଦୁର୍ଗ ଓ ହଟିଆ-ପୁରୀ ଏକ୍ସପ୍ରେସ୍ ଚଳାଚଳ କରୁଥିବା ବେଳେ ସାପ୍ତାହିକ ପୁରୀ-ଅହମ୍ମଦାବାଦ୍ ଓ ପୁରୀ-ବୁର୍ଲା ଏକ୍ସପ୍ରେସ୍ ଏବଂ ହୀରାକୁଦ୍ ଏକ୍ସପ୍ରେସ୍ ଚଳାଚଳ କରୁଛି । ସମ୍ବଲପୁର ତାଳଚେର ରେଳପଥରେ ତାଳଚେର ଷ୍ଟେସନ ଦେଇ ୨୪ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଥିବା ଜଣାପଡ଼ିଛି । ତାଳଚେରକୁ ସମସ୍ତ ଯାତ୍ରୀବାହୀ ଟ୍ରେନ ଆସିବାନେଇ ଅତୀତରେ ବହୁବାର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ପରବର୍ତି ମୂହର୍ତରେ ରେଳବାଇ ମିଥ୍ୟା ପ୍ରତିଶ୍ରୁତି ପାଇଁ ତାହା ଶୀଥିଳ ହୋଇଯାଏ । ତାଳଚେର ଷ୍ଟେସନକୁ ଟ୍ରେନ ଆସିଲେ ଇଞ୍ଜିନ ବଦଳାଇବାରେ ପ୍ରାୟ ୨୦ମିନିଟ୍ ସମୟ ଲାଗୁଥିବାରୁ ସେହି ସମୟକୁ ଆଳ କରି ରେଳବାଇ ତରଫରୁ ତାଳଚେରରୁ ଅନୁଗୋଳ ପାର୍ଯ୍ୟନ୍ତ ଲୁପ୍ ଲାଇନ ନିର୍ମାଣ ହୋଇପାରିଲେ ତାଳଚେର ଷ୍ଟେସନ ଦେଇ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ବୋଲି କୁହାଯାଉଛି । ମାତ୍ର ଲୁପ୍ ଲାଇନ୍ ନିର୍ମାଣ ହେବାର ନାଗନ୍ଧ ଧରୁନାହିଁ । ତାଳଚେର ଠାରୁ ଏଫସିଆଇ ପର୍ଯ୍ୟନ୍ତ ଲୁପ୍ ଲାଇନ୍ ଥିବା ବେଳେ ଏବେ ଗ୍ଲୋବାଲ କୋଲୱାସେରୀ ପର୍ଯ୍ୟନ୍ତ ତାହା ବ୍ୟବହାରରେ ଲାଗୁଛି ଓ ସେଠାରୁ ଏଫସିଆଇ ପର୍ଯ୍ୟନ୍ତ ଥିବା ଲାଇନ୍‌ଟି ମାଟି ତଳେ ପୋତି ହୋଇ ଯାଇଛି । ତେଣୁ ଏବେ ସେହି ଲାଇନ୍‌ଟିକୁ ଉଦ୍ଧାର କରାଯାଇ ଏପସିଆଇ ପର୍ଯ୍ୟନ୍ତ ମାତ୍ର ୮କିମି ଲୁପ୍ ଲାଇପ ବିଛାଗଲେ ଏହି ଲୁପ୍ ଲାଇନ ମାଧ୍ୟମରେ ସମ୍ବଲପୁର-ତାଳଚେର ରେଳପଥର ସମସ୍ତ ଯାତ୍ରୀବାହୀ ଟ୍ରେନ ତାଳଚେର ଷ୍ଟେସନଦେଇ ଚଳାଚଳ କରିବ । ଫଳରେ ତାଳଚେର କଣିହାଁ, ପାଲଲହଡ଼ାର ଜନସାଧାରଣ ତାର ସୁଫଳ ପାଇପାରିବେ । ସେହିଭଳି ତାଳଚେର ଏକ ଶିଳ୍ପାଚଂଳ ହୋଇଥିବାରୁ ଏଠାକୁ ରାଜ୍ୟରୁ ଓ ରାଜ୍ୟ ବାହାରୁ ଦୈନନ୍ଦିନ ବିଭିନ୍ନ କାମରେ ଶତାଧିକ ଯାତ୍ରୀ ଯାତୟତ କରିଥାନ୍ତି । ମାତ୍ର ତାଳଚେର ଷ୍ଟେସନକୁ ସମସ୍ତ ଟ୍ରେନ ଚଳାଚଳ କରୁନଥିବାରୁ ଯାତ୍ରୀମାନେ ବାଧ୍‌ୟହୋଇ ଏଠାକୁ ମୁହଁ ଫେରାଇ ନେଇଥାନ୍ତି । ରାଜ୍ୟ ସରକାରଙ୍କ ସହଯୋଗ ମିଳୁନଥିବା ସହ ଜମି ଅଧିଗ୍ରହଣ ହୋଇ ପାରୁନଥିବା ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଦୋଷାରୋପ କରି ଲୁପ୍ ଲାଇନ ହୋଇପାରୁନଥିବା ଆଳ ଦେଖାଉଥିବା ବେଳେ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଡ଼ବଲଇଞ୍ଜନ ସରକାର ଚାଲୁଥିବାରୁ ଏହାକୁ ତୁରନ୍ତ ଧ୍ୟାନଦେଇ ଉକ୍ତ ଲୁପ ଲାଇନକୁ କରାଯିବା ନେଇ ସାଧାରଣରେ ଦାବି ହେଉଛି ।

ବହ୍ଲରଗ୍ରାମରେ ଭାଗବତ ପାରାୟଣ
ତାଳଚେର, ୨୨/୧୦ ତାଳଚେର ବ୍ଳକ ଅନ୍ତର୍ଗତ ବହ୍ଲର ଗ୍ରାମରେ ଭାଗବତ ପାରାୟଣ ମହୋତ୍ସବ ଅନୁଷ୍ଠିତ ହୋଇଛି । ଗତ ରବିବାର ସକାଳୁ ସୁଭାଭିବାଷ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ସୋମବାର ଠାରୁ ଆଗାମୀ ରବିବାର ପର୍ଯ୍ୟନ୍ତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି । ପାରାୟଣ ପ୍ରତ୍ୟେହ ସକାଳ ୬ଘଟିକା ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରବଚନ ପ୍ରତ୍ୟେହ ସନ୍ଧ୍ୟା ୭ଘଟିକା ଠାରୁ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଛି । ୨୧/୧୦/୨୦୨୪ ସୋମାବର ଓ ମଙ୍ଗଳବାର ପ୍ରବଚକ ଭାବେ ବାବାଜୀ ସନ୍ଥ କାଳନ୍ଦୀ ଚରଣ ମହାରାଜ ଉପସ୍ଥିତ ରହି ଆଧ୍ୟାତ୍ମିକ ଉପରେ ପ୍ରବଚନ ଦେଉଛନ୍ତି । ସେହିଭଳଳି ବୁଧବାର ବାବା ଚିଦାନନ୍ଦ ମହାରାଜ ନୟାଗଡ଼ ବୁଧବର, ଶୁକ୍ରବାର ଓ ଶନିବାର ବାବା ଅନ୍ତର୍ଯ୍ୟାମୀ ଦାସ ମହାରାଜ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଚଳିବା ପାଇଁ ଉପଦେଶ ପ୍ରଦାନ କରିଥିବା କୁହାଯାଉଛି । ଗ୍ରାମ, ଜିଲ୍ଳା ଓ ଓଡ଼ିଶାର ଶାନ୍ତି ନିମନ୍ତେ ପ୍ରତ୍ୟେକ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ଏହି ଭାଗବତ ପାରାୟଣ ସପ୍ତାହ ପାଳିତ ହୋଇଆସୁଛି । ଏହି ପାରାୟଣ ଗାଥା ଶ୍ରବଣ କରିବା ନେଇ ବହ୍ଲର ଗ୍ରାମର ନିକଟବର୍ତି ଅଂଚଳରୁ ଉତ୍କଣ୍ଠାର ସହ ଭାଗବତ ପ୍ରେମୀଙ୍କ ସୂଅ ଛୁଟିଥିବା ଦେଖିବାକୁ ମିଳିଛି ।


୭୨ ଗ୍ରାମ ଧଳାଜହର ଜବତ ଜଣେ ଗିରଫ
ତାଳଚେର, ୨୨/୧୦ ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମର ସୁଶାନ୍ତ ନାଏକ (୪୭) ଙ୍କ ଠାରୁ ଆଜି ଅନୁଗୋଳ ଜିଲ୍ଳା ଅବକାରୀ ବିଭାଗ ସ୍ପେଶାଲ ସ୍କାର୍ଡ଼ ଚଢ଼ାଉ କରି ୭୨ଗ୍ରାମ ଧଳାଜହର ଜବତ କରିଥିବା ଘଟଣା ଜହର ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଏହାର ଆନେୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ୨୦ହଜାର ଟଙ୍କା ବୋଲି ସ୍କାର୍ଡ଼ ସୂତ୍ରରୁ ଜଣାପଡ଼ିଛି । ଏହି ଜହର କାବରବାରରେ ଅନ୍ୟମାନଙ୍କର ସମ୍ପୃକ୍ତି ରହିଥିବା ବେଳେ ସେମାନଙ୍କୁ ଖୁବ୍‌ଶିଘ୍ର ଧରାଯିବ ବୋଲି ଅବକାରୀ ଇନ୍ସିପେକ୍ଟର ଭକ୍ତବତ୍ସଳ ବର୍ମାଙ୍କ ଠାରୁ ସୂଚନା ମିଳିଛି । ତାଳଚେର ଅଂଚଳରେ ଏତେ ସଂଖ୍ୟକ ଧଳାଜହର ପୂର୍ବରୁ ଧରାପଡ଼ିନଥିବା କୁହାଯାଉଛି । ତେବେ ତାଳଚେର କଳାହୀର ସହର ଏବେ ଧଳାଜହର ବେପାରୀଙ୍କ ଭୂସ୍ୱର୍ଗ ପାଲଟିଥିବା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଆଜି ଉକ୍ତ ସ୍କାର୍ଡ଼ର ଇନ୍ସିପେକ୍ଟର ଶ୍ରୀ ବର୍ମାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ ଆତାର୍କିତ ଭାବେ ଚଢ଼ାଉ କରି ଏହି ଧଳାଜହର ଧରିବା ସକ୍ଷମ ହୋଇପାରିଥିବା ଶ୍ରୀ ବର୍ମାଙ୍କ ଠାରୁ ସୂଚନା ମିଳିଛି । ତାଳଚେରରେ ଥାନା, ଅବକାରୀ ବିଭାଗ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଏମାନେ କିପରି ଭାବେ ଏହି ଧଳାଜହର ସମ୍ପର୍କରେ ସୁରାକ୍ ପାଇ ପାରିଲେ ନାହିଁ ଏହି ପ୍ରସଙ୍ଗକୁ ନେଇ ଅଂଚଳରେ ବିନ୍ନ୍ କଳ୍ପନାଜଳ୍ପନା ବୃଦ୍ଧି ପାଇଛି ।

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]