LOCAL IMPORTANT NEWS

👇खबर सुनने के लिए प्ले बटन दबाएं

ଓପିଏସ୍‌ସିରେ ୬୦ନମ୍ବର ର‌୍ୟାଙ୍କରେ ତାଳଚେର ମାଟିର ପୁଅ

ତାଳଚେର, ୨୧/୧୦ ତାଳଚେର ପୌରପରିଷଦ ୧ନମ୍ବର ୱାର୍ଡ଼ ବଡ଼ଦାଣ୍ଡ ସାହି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପୁତ୍ର ରିତେଶ ପଣ୍ଡା ଓପିଏସସି ପରୀକ୍ଷାରେ ୬୦ନମ୍ବର ର‌୍ୟାଙ୍କରେ ରହି ଓଏସ୍ ପାଇଁ ସ୍ୱୀକୃତୀ ହୋଇଛନ୍ତି । ସେ ପ୍ରଥମରୁ ଭଲବିଦ୍ୟା ଅଧ୍ୟୟନ କରି ଆଜି କୋଠର ପରିଶ୍ରମ ବଳରେ ସେ ଏହି କୃତିକାର୍ଯ୍ୟରେ ଫଳପ୍ରଦ ହୋଇଛନ୍ତି ସେ ଏହା ପ୍ରକାଶ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ନିକଟକୁ ଶୁଭେଚ୍ଛୁ ଓ ଅଂଚଳବାସୀଙ୍କ ପକ୍ଷରୁ ଶୁଭକାମନାର ସୂଅ ଛୁଟି ଚାଲିଛି । ତେବେ ଏଥିନେଇ ତାଙ୍କର ଅଭିଭାବକ ଗୁରୁଜୀ ଗୁରୁମା ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।

ଶିଳ୍ପାଚଂଳରେ ଶ୍ରମିକଙ୍କୁ ମିଳୁନି ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ

ଅଣଓଡ଼ିଆ ଠିକା ସଂସ୍ଥାରେ ଶ୍ରମିକ ଶୋଷିତ

ତାଳଚେର, ୨୧/୧୦ ତାଳଚେର ଶିଳ୍ପାଚଂଳରେ ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇ ଆସୁଥିବା ଦାବି ଆନ୍ଦୋଳନ ଆଦି ଗତ ୩୦ବର୍ଷ ହେବ ନରମି ଯିବା ଫଳରେ ବେକାର ଯୁବକ, ଯୁବତୀଙ୍କ ନିଯୁକ୍ତି ଆଶା ମଉଳି ଯାଉଛି । ଯେଉଁମାନଙ୍କୁ ନିଯୁକ୍ତି ମିଳୁଛି ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମଜୁରୀ ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ଦୀର୍ଘଦିନ ହେବ ଏଠାରୁ ପ୍ରତିନିଧିତ୍ୱ କରୁଥିବା ନେତାଙ୍କ ଠାରୁ ଯୁବବର୍ଗ ଦୂରେଇ ଯିବା ଏହାର କାରଣ ସାଜିଛି । ରାଜ୍ୟରେ ଦ୍ରୁତ ବିକାଶ ଆଳରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି । ତାଳଚେର ଭଳି ଏକ ଅଂଚଳରେ ୧୦ଟି କୋଇଲା ଖଣି ସମେତ ଏନଟିପିସି, ଟିଟିପିଏସ୍‌, ଏଫସିଆଇ, ହେଭିୱାଟର ପ୍ଲାଂଟ୍‌, ୪ଟି କୋଲୱାସେରୀ ପ୍ଲାଂଟ୍ ଭଳି ରାଷ୍ଟ୍ରଉଦ୍ୟେଗୀ ସଂସ୍ଥା ସମେତ ଛୋଟବଡ଼ ଅନେକ ଶିଳ୍ପ ଏଠାରେ ମୁଣ୍ଡ ଟେକିଛି । ଯେଉଁ ପରିମାଣରେ ଶିଳ୍ପ ଓ କୋଇଲା ଖଣି ଏଠାରେ ଗଢ଼ି ଉଠିଛି ଯଦି ବିଚାରକୁ ନିଆଯାଏ ତେବେ ବେକାରୀ ସମସ୍ୟା ଏଠାରେ ଆଦୌ ରହିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଠିକାର ବାସୀନ୍ଦା ଦେଶ ଓ ରାଜ୍ୟର ସ୍ୱାର୍ଥପାଇଁ ପ୍ରଗତିର ବିକାଶକୁ ନେଇ ଶାଗମାଛ ଦରରେ ସର୍ବସ୍ୱ ଟେକି ଦେଉଥିବା ବେଳେ ସେମାନେ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପାଇ ତା ପରବର୍ତି ସମୟରେ ପ୍ରତାରଣ ଶୀକାର ହୋଇଥାନ୍ତି ବୋଲି ଖଣି କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଂଚଳବାସୀ ଏହା ପ୍ରକାଶ କରିଛନ୍ତି । କୋଇଲା ଖଣି ଗୁଡ଼ିକରେ ଠିକା କମ୍ପାନୀ ଓ ଠିକାଦାରମାନେ କୁଶଳୀ, ଅଣକୁଶଳ. ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କୁ ବର୍ତମାନ ମଧ୍ୟ ୪ହଜାର ଟଙ୍କାରୁ ୧୦ଟଙ୍କା ଦରମା ଦେଇ ସେମାନଙ୍କୁ ଅଧିକ ସମୟ ଖଟାଇ ସେମାନେ ମାଲମାଲ ହେଉଥିବା ବେଳେ ଶ୍ରମିକମାନେ ସର୍ବହରା ହୋଇ କାଳତିପାତ କରୁଥିବା ଅଭିଯୋଗ ହେଉଛି । ଏତିକି ନୁହେଁ ସମ୍ପୃକ୍ତ କମ୍ପାନୀ ଓ ଠିକାଦାର ମାନେ ସେହି ଶ୍ରମିକମାନଙ୍କର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରୁନଥିବା ଶ୍ରମିକ ମାନେ ଏହା ଅଭିଯୋଗଗ କରୁଛନ୍ତି । ଉପଖଣ୍ଡର ଆର୍ଥିକ ଅବସ୍ଥାରେ ଉନ୍ନତି ହେବ, ଆଜି ମନୋଲୋଭା ପ୍ରତିଶ୍ରୁତି ପାଇ ଅଂଚଳବାସୀ ଶିଳ୍ପ କାରଖାନାକୁ ସ୍ୱାଗତ କଲେ ଏହା ଅଂଚଳର ଶିକ୍ଷିତ ବେକାର ଯୁବକ, ଯୁବତୀ ଓ ସେମାନଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଉଛି କିନ୍ତୁ ପରବର୍ତି ସମୟରେ ସବୁ ଓଲଟପାଲଟ ହୋଇଯାଇଥାଏ । କେବଳ ନିୟମିତ ଚାକିରୀ ନୁହେଁ ଠିକାଶ୍ରମିକଙ୍କ ଭାଗ୍ୟ ମଧ୍ୟ ଅନ୍ଧାର ଆଡ଼କୁ ଠେଲି ହେଉଛି । କୋଇଲା ଖଣି ଓ ଶିଳ୍ପାଚଂଳରେ ଠିକାସଂସ୍ଥା ଗୁଡ଼ିକ ଜରିଆରେ ଅଧିକାଂଶ ନିଯୁକ୍ତି ମିଳୁଛି । ଏଥିରେ ବିଶେଷକରି ଅଣଓଡ଼ିଆ ଠିକାସଂସ୍ଥାର ପ୍ରଧାନ୍ୟ ରହିଥିବା ଦେଖିବାକୁ ମିଳିଛି । ଠିକାସଂସ୍ଥା ଗୁଡ଼ିକୁ ନିୟୋଜନ କରୁଥିବା କେତେ ଅଣଓଡ଼ିଆ ଅଧିକାରୀ ମାଲାମାଲ ହେଉଥିବା ବେଳେ ଅଣଓଡ଼ିଆ ଅଧିକାରୀ ଓ ଠିକାସଂସ୍ତା ହାତରେ ବନ୍ଧା ହୋଇପଡ଼ିବା ଯୋଗୁଁ ନିଷ୍ପେଷିତ ହେଉଛନ୍ତି ଅଂଚଳବାସୀ । କୁଆଡ଼େ ମୋଟାଅଙ୍କର ଲାଂଚ ଦେଇ ଅଣଓଡ଼ିଆ ସଂସ୍ଥା ଗୁଡ଼ିକ ସହଜରେ ବଡ଼ବଡ଼ କାମନେଇ ଓଡ଼ିଆ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀରୁ ସିଂହଭାଗ ଅର୍ଥ ରଖୁଥିବା ଅଭିଯୋଗ ହେଉଛି । ଅଣଓଡ଼ିଆ ଠିକାସଂସ୍ତା ପ୍ରତି କୌଣସି କମ୍ପାନୀ କିମ୍ବା ସରକାରୀ ସ୍ତରରେ କର୍ତୁତ୍ୱ ରହୁନଥିବାରୁ ସେମାନେ ଏକ ପ୍ରକାର ଶୋଷଣ କରି ଚାଲିଛନ୍ତି । ନିକଟରେ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିଛନ୍ତି । ଏଥିରେ ଅଣକୁଶଳୀ ୪୫୨ଟଙ୍କା, ଅର୍ଦ୍ଧ କୁଶଳୀ ୫୫୨ଟଙ୍କା, ଉଚ୍ଚକୁଶଳୀ ମଜୁରୀ ୬୦୨ଟଙ୍କାକୁ ବୃଦ୍ଧି କରାଯାଇଛି । କିନ୍ତୁ ଶିଳ୍ପସଂସ୍ତା ଗୁଡ଼ିକରେ ସର୍ବନିମ୍ନ ଘୋଷିତ ମଜୁରୀକୁ ପ୍ରାୟ ଅଣଓଡ଼ିଆ ସଂସ୍ଥା ଗୁଡ଼ିକ ମାନୁନାହାନ୍ତି । ତେବେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]