RMC ର ଦାଦାଗିରି ।
ନିଜ ବାଡିର ଫସଲ ଶନିବାର ହାଟ କୁ ବିକ୍ରି କରି ଆସୁଥିବା ଲୋକଙ୍କ ଠାରୁ ଜୋର୍ ଜବରଦସ୍ତ ଆଦାୟ କରାଯାଉଛି ଟିକସ। ସାମାନ୍ୟ ଜଣେ ଶାଗ ବ୍ୟବସାୟୀ ଯିଏ କି ସବୁ ପରିବା ବିକ୍ରି କଲେ ୫୦ କି ୧୦୦ ଟଙ୍କା ଲାଭ ପାଇବ ସେ ଟିକସ ଦେବ ୨୦ ଟଙ୍କା । ଏହି ପରି ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଗରିବ ଲୋକଙ୍କ ଠାରୁ RMC ଟିକସ ଆଦାୟ କରୁଛି । ଏହା ଫଳରେ ଛୋଟ ଛୋଟ ଗାଣ୍ଡୁଆ ଏବଂ ବସ୍ତାରେ ଧରି ଆସୁଥିବା ପରିବା ବ୍ୟବସାୟୀ ଭୟବିତ। ହାଟ ର ରାସ୍ତା ପାଣି କାଦୁଅ ରେ ଏତେ ଦୟନୀୟ ଯେ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତେ ଟିକସ ଆଦାୟ କଲେ ମଧ୍ୟ RMC ହାଟ ରାସ୍ତାରେ ବାଲି କି ମାଟି ପକେଇବାକୁ ଅସମର୍ଥ । ନା ଅଛି ରାସ୍ତା ନା ଅଛି ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ।ଏଣୁ ତୁରନ୍ତ ଏଥି ପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବୀ l ଗରିବ ଲୋକଙ୍କ ଦୁଃଖ ଶୀଘ୍ର ଦୂର କରାଯାଉ ଏହ ହିଁ ତାଳଚେର ପ୍ରଶାସନ କୁ ଅନୁରୋଧ ।