ରାମଚନ୍ଦ୍ର ବେହେରା ପାଇଲେ ପ୍ରଫେସର ଡ଼ଃ ସୁନୀଲକାନ୍ତ ବେହେରା ମେମୋରିଆଲ ଆୱାର୍ଡ- ଧଉଳି ଟ୍ରଫି l ଦେଲେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ବିଦୁତ ରଞ୍ଜନ ଷଡ଼ଙ୍ଗୀ l

👇खबर सुनने के लिए प्ले बटन दबाएं

ରାମଚନ୍ଦ୍ର ବେହେରା ପାଇଲେ ପ୍ରଫେସର ଡ଼ଃ ସୁନୀଲକାନ୍ତ ବେହେରା ମେମୋରିଆଲ ଆୱାର୍ଡ- ଧଉଳି ଟ୍ରଫି l ଦେଲେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ବିଦୁତ ରଞ୍ଜନ ଷଡ଼ଙ୍ଗୀ l

 

ଆଜି କଟକ ରାମକୃଷ୍ଣ କୁଟୀର ଓ କଳିଙ୍ଗ ମିଡ଼ିଆ ସର୍ଭିସେସର ମିଳିତ ଆନୁକୂଲ୍ୟରେ ରେ ” ଶିଶୁ ଅଧିକାର ” ଆଲୋଚନା ଚକ୍ର ଓ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ରଚିତ “ଶିଶୁ ଅଧିକାର-ସମସ୍ଯା,ସମାଧାନ ଓ ସମୀକ୍ଷା’ ପୁସ୍ତକ ଲୋକାର୍ପଣ ଉତ୍ସବ ବଙ୍ଗାଳୀସାହିସ୍ଥିତ ରାମକୃଷ୍ଣ କୁଟୀରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଢଙ୍ଗୀ l ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସୂଚନା କମିଶନର ତଥା ‘ସି.ୱାଇ.ଏସ.ଡି’ର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ, କ୍ଲାପ’ର ସଭାପତି ଡଃ ବିକାଶ ଦାସ ସମ୍ମାନୀୟ ଅତିଥି ତଥା ପୁସ୍ତକ ସମୀକ୍ଷକ ଭାବେ ଯୋଗ ଦେଇ “ପ୍ରତେକ ଶିଶୁ ଙ୍କ ପାଇଁ ପ୍ରତେକ ଅଧିକାର” ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପ୍ରଫେସର(ଡଃ) ଉମାକାନ୍ତ ମିଶ୍ର, ଶ୍ରୀରାମ ଦାଶ, ଡଃ ସତ୍ୟ ରାୟ ଏବଂ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନ ପାଇଁ “କଳିଙ୍ଗ ସମ୍ମାନ-୨୦୨୩” ପ୍ରଦାନ କରାଯାଇଥିଲା। ସେହି ଭଳି କଳିଙ୍ଗ ମିଡ଼ିଆ ସର୍ଭିସେସର ସାମ୍ବାଦିକତା ମେଧାବୀ ଛାତ୍ର କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଟିକିରା ଗ୍ରାମର ରାମଚନ୍ଦ୍ର ବେହେରା l ସାମ୍ବାଦିକତା ପାଠ ପଢ଼ୁଥିବା ସମୟରେ ମଧ୍ୟ ସାମ୍ବାଦିକତା କରି ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନିର୍ଭିକ ନିରପେକ୍ଷ ଭାବରେ ଲେଖି ଚର୍ଚ୍ଚାରେ ରହୁଥିବା ସାଧାରଣ ଙ୍କ ହୃଦୟରେ ଘର କରି ରହିଥିବା l ଶ୍ରୀ ରାମଚନ୍ଦ୍ର ବେହେରାଙ୍କୁ ପ୍ରଫେସର ଡ଼ଃ ସୁନୀଲକାନ୍ତ ବେହେରା ମେମୋରିଆଲ ଆୱାର୍ଡ- ଧଉଳି ଟ୍ରଫି ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ବିଦୁତ ରଞ୍ଜନ ଷଡ଼ଙ୍ଗୀ ପ୍ରଦାନ କରିଛନ୍ତି l ସେଇପରି ପୁସ୍ତକର ପ୍ରଚ୍ଛଦପଟ ପ୍ରସ୍ତୁତି ପାଇଁ ଆଇନ ଛାତ୍ରୀ ଶ୍ରୀଜା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଡଃ ସତ୍ୟ ରାୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ କଳିଙ୍ଗ ମିଡିଆ ସର୍ଭିସେସର ସମ୍ପାଦକ ଡଃ ମହେଶ୍ଵର ଅତିଥି ପରିଚୟ ପ୍ରଦାନ କରିଥିଲେ। ଭୁବନାନନ୍ଦ ମହାନ୍ତି ପରିଚାଳନା କରିଥିଲେ। ଶେଷରେ ରାମକୃଷ୍ଣ କୁଟୀରର ତତ୍ତ୍ବାବଧାରକ ସୁଭାଷ ସାହୁ ଧନ୍ୟବାଦ ଦେଇଥିଲେ।

ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ଫୋକସ l

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]