ଆଜି ଅସଲ ଛାଡ଼ଖାଇ : ମଟନ୍, ଚିକେନ୍ ଓ ମାଛ ଦୋକାନରେ ଭିଡ଼

👇खबर सुनने के लिए प्ले बटन दबाएं



ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ଜମିଛି ଛାଡ଼ଖାଇ।

ଆଜି ଅସଲ ଛାଡ଼ଖାଇ : ମଟନ୍, ଚିକେନ୍ ଓ ମାଛ ଦୋକାନରେ ଭିଡ଼

ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ ପର୍ବ। ଆଜି ଖାସି ମାଂସ, ଚିକେନ୍, ମାଛ ତରକାରୀ ବାସ୍ନାରେ ଭାସିଉଠିବ ସହରରୁ ଗାଁ ପର୍ଯ୍ୟନ୍ତ। ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ରାଜଧାନୀରେ ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି।

ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ ୧୮୦୦ ଟଙ୍କା ରହିଛି। ଏଣେ ଚିଙ୍ଗୁଡ଼ି ଦର ୧ ହଜାର ଟଙ୍କା ଯାଏ ରହିଛି। ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ। ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ। ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା। ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି। 

Source link

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]