ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ

👇खबर सुनने के लिए प्ले बटन दबाएं

ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା କଲରାପତରିଆ ବାଘ।

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା କଲରାପତରିଆ ବାଘ। କଳା ରଙ୍ଗର ଏହି କଲରାପତରିଆ ବାଘ କ୍ୟାମେରା ଲେନ୍ସ ରେ କଏଦ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଦେଇଥିବା ସୂଚନା ମିଳିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା କିନ୍ତୁ ପରେ ଏହା ଉଭାନ୍ ହୋଇ ଯାଇଥିଲା।

କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ କିମ୍ବା କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବାବେଳେ କ୍ୟାମେରା ଏହି ଦୃଶ୍ୟ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ବିଶେଷ କିଛି ସୁଚନା ହସ୍ତଗତ ହୋଇନାହିଁ 

ସୂଚନାଯୋଗ୍ୟ,  ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ,  ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ ଓଡ଼ିଶା  ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା।

Source link

Leave a Comment

  • 7k Network
  • Traffic Tail
  • UPSE Coaching
[democracy id="1"]